୨୯ ଦାଦନ ଶ୍ରମିକ ଉଦ୍ଧାର

Advertisment
୨୯ ଦାଦନ ଶ୍ରମିକ ଉଦ୍ଧାର

ବଙ୍ଗୋମୁଣ୍ତା: ବେଆଇନ ଭାବେ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ୨୯ ଦାଦନ ଶ୍ରମିକଙ୍କୁ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ତା ପୁଲିସ ଦ୍ବାରା ଉଦ୍ଧାର କରାଯାଇଛି। ସୋମବାର ରାତିରେ ବଙ୍ଗୋମୁଣ୍ତା ପୁଲିସ ପାଟ୍ରୋଲିଙ୍ଗ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଛତ୍ରଙ୍ଗ ଗାଁରେ ପହ‌ଞ୍ଚି ୩ଟି ବଲେରୋ ଗାଡ଼ି ଓ ଦୁଇଟି ଅଟୋରେ ଶ୍ରମିକମାନେ ରାଜ୍ୟ ବାହାରକୁ ଚାଲାଣ ବେଳେ ଛତ୍ରଙ୍ଗ ଗାଁ ନିକଟରୁ ଉଦ୍ଧାର କରିଥିଲା। ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୧୮ ଜଣ ପୁରୁଷ ଓ ୧୧ ଜଣ ମହିଳା ରହିଛନ୍ତି। ତନ୍ମଧ୍ୟରେ ୮ ଜଣ ଶିଶୁ ଥିବା ଜଣାଯାଇଛି। ପୁଲିସ ଶ୍ରମିକଙ୍କୁ ଉଦ୍ଧାର କରି ରାତିରେ ଘରକୁ ଛାଡ଼ି ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe