ବିଜେପିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀରେ ପାରିତ ହେବ ରାଜନୈତିକ ଚିଠା ପ୍ରସ୍ତାବ

Advertisment
କଂଗ୍ରେସକୁ ନଡ୍ଡାଙ୍କ ଟାର୍ଗେଟ୍‌: କଂଗ୍ରେସ ପରଜୀବୀ, ନିର୍ମୂଳୀ ଲତା

ପୁରୀ: ପୁରୀରେ ଆୟେ‌ାଜିତ ବିଜେପିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହେବ।  ସେହିପରି ତିନୋଟି ଧନ୍ୟବାଦ ପ୍ରସ୍ତାବ ଆଗତ ହେବ। ୨୪ ନିର୍ବାଚନରେ ଓଡ଼ିଶାରେ ବିଜେପି ସରକାର ଆଣିବାରେ ସହାୟକ ହୋଇଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦିଆଯିବ। ସେହିପରି ବିଜେପି ସରକାର ଗଠନ କରିବା ପରେ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ମଧ୍ୟରୁ ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲିବା, ରତ୍ନ ଭଣ୍ଡାର ଖୋଲିବା ସହ ଅଳଙ୍କାରର ମଣତି ଗଣତି ପାଇଁ ପଦକ୍ଷେପ ନେବା। ଧାନର ସର୍ବନିମ୍ନ କ୍ଵିଣ୍ଟାଲ ପିଛା ମୂଲ୍ୟ ୩୧ ଶହ ଟଙ୍କା କରିବା ଏବଂ ସୁଭଦ୍ରା ଯୋଜନା ଲାଗୁ କରିବା ପାଇଁ ପଦେକ୍ଷପ ନେବା ଦିଗରେ କ୍ୟାବିନେଟ ମୋହର ମାରିବା। ଏହାକୁ ନେଇ ବିଜେପି ରାଜ୍ୟ କାର୍ଯ୍ୟକାରିନୀ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦିଆଯିବ।

ସେହିପରି କେନ୍ଦ୍ରରେ ଥିବା ବିଜେପି ତଥା ଏନଡିଏ ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦିଆଯିବ। ଅନ୍ୟପଟେ କାର୍ଯ୍ୟକାରିଣୀର ଦ୍ଵିତୀୟ ଦିନରେ ବିଭିନ୍ନ ଛାମୁଆ ସଙ୍ଗଠନ ସହିତ ଆଲୋଚନା ହେବ। ବିଜେପିର କୃଷକ ମୋର୍ଚ୍ଚା, ଏସଟି ମୋର୍ଚ୍ଚା,  ଏସସି ମୋର୍ଚ୍ଚା, ଓବିସି ମୋର୍ଚ୍ଚା, ମହିଳା ମୋର୍ଚ୍ଚା, ଯୁବ ମୋର୍ଚ୍ଚା, ସଂଖ୍ୟାଲଘୁ ମୋର୍ଚ୍ଚାର ଆଗାମୀ ପଦକ୍ଷେପ କଣ ରହିବ, ତାକୁ ରଣନୀତି ପ୍ରସ୍ତୁତ ହେବ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe