ଦ୍ବିତୀୟ ଇଷ୍ଟଜୋନ୍‌ କରାଟେ ଚାମ୍ପିଅନ୍‌ସିପ୍‌, ରାଉରକେଲା ଦଳର ୧୩ ପଦକ ହାସଲ

Advertisment
ଦ୍ବିତୀୟ ଇଷ୍ଟଜୋନ୍‌ କରାଟେ ଚାମ୍ପିଅନ୍‌ସିପ୍‌, ରାଉରକେଲା ଦଳର ୧୩ ପଦକ ହାସଲ

ରାଉରକେଲା:  ଇଷ୍ଟ ଇଣ୍ଡିଆ କରାଟେ ଆସୋସିଏସନ୍‌ ଓ ଓଡ଼ିଶା ରାଜ୍ୟ କରାଟେ ସଂଘ ପକ୍ଷରୁ  ଭୁବନେଶ୍ବର ଉତ୍କଳ କରାଟେ ସ୍କୁଲରେ ଦ୍ବତୀୟ ପୂର୍ବାଞ୍ଚଳ କରାଟେ ଚାମ୍ପିଅନ୍‌ସିପ୍‌ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ ପୂର୍ବ ଭାରତର ୧୫ଟି ରାଜ୍ୟରୁ ୫୦୦  ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ରାଉରକେଲା ଦଳକୁ ୫ଟି ସ୍ବର୍ଣ୍ଣ ସହ ମୋଟ ୧୩ଟି ପଦକ ମିଳିଥିଲା।

ଅଭିଷେକ ପଟ୍ଟନାୟକଙ୍କୁ ୨ଟି ସ୍ବର୍ଣ୍ଣ ଓ ଗୋଟିଏ ‌ରୌପ୍ୟ, ଆନନ୍ଦିତା ସ୍ବାଇଁଙ୍କୁ ଗୋଟିଏ ସ୍ବର୍ଣ୍ଣ ଓ ୧୦ଟି ରୌପ୍ୟ, ଆଭ୍ୟା ବଂଶିକାଙ୍କୁ ଗୋଟିଏ ସ୍ବର୍ଣ୍ଣ, ଅର୍ପିତା ପଣ୍ଡାଙ୍କୁ ଗୋଟିଏ ସ୍ବର୍ଣ୍ଣ, ଆର୍ଯ୍ୟବ୍ରତ ବିଶ୍ବାଳଙ୍କୁ ୧୦ଟି ରୌପ୍ୟ ଓ ଗୋଟିଏ କାଂସ୍ୟ, ପୁଲକ ପତିଙ୍କୁ ଗୋଟିଏ କାଂସ୍ୟ, ଶୁଭାକନ୍ତ ସ୍ବାଇଁଙ୍କୁ ଗୋଟିଏ କାଂସ୍ୟ, ସୁହାନି ମିଶ୍ରଙ୍କୁ ଗୋଟିଏ କାଂସ୍ୟ, ସୂର୍ଯ ପ୍ରକାଶଙ୍କୁ ଗୋଟିଏ କାଂସ୍ୟ ପଦକ ମିଳିଥିଲା। ଉଦ୍‌ଯାପନୀ ଦିବସରେ ଅତିଥି ଭାବେ ଓଡ଼ିଶା ହକି ବିକାଶ ପରିଷଦର ଅଧ୍ୟକ୍ଷ ଦିଲୀପ ତିର୍କୀ, ମୋ କଲେଜର ଅଧ୍ୟକ୍ଷ ଆକାଶ ଦାସ ନାୟକ ଯୋଗଦେଇ ପୁରସ୍କୃତ କରିଥିଲେ। ସମସ୍ତ କରାଟେକାମାନେ ଜାତୀୟ ରେଫରୀ ତଥା ଏସୀୟ କୋଚ୍‌ ରାଜୀବ ସିଂଙ୍କ ଠାରୁ କରାଟେ ଶିକ୍ଷା ଲାଭ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe