ଦ୍ବିତୀୟ ଇଷ୍ଟଜୋନ୍‌ କରାଟେ ଚାମ୍ପିଅନ୍‌ସିପ୍‌,  ରାଉରକେଲାକୁ ୧୩ ପଦକ

ଦ୍ବିତୀୟ ଇଷ୍ଟଜୋନ୍‌ କରାଟେ ଚାମ୍ପିଅନ୍‌ସିପ୍‌,  ରାଉରକେଲାକୁ ୧୩ ପଦକ

ରାଉରକେଲା: ଇଷ୍ଟ ଇଣ୍ଡିଆ କରାଟେ ଆସୋସିଏସନ୍‌ ଓ ଓଡ଼ିଶା ରାଜ୍ୟ କରାଟେ ସଂଘ ପକ୍ଷରୁ ଭୁବନେଶ୍ବରସ୍ଥ ଉତ୍କଳ କରାଟେ ସ୍କୁଲରେ ଦ୍ବିତୀୟ ପୂର୍ବାଞ୍ଚଳ କରାଟେ ଚାମ୍ପିଅନ୍‌ସିପ୍‌ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ଭାରତର ୫ଟି ରାଜ୍ୟରୁ ୫୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ରାଉରକେଲାରୁ ଏକ ୧୧ ଜଣିଆ ଦଳ ରାଜ୍ୟକୁ ପ୍ରତିନିଧିତ୍ବ କରିଥିଲେ। ରାଉରକେଲା ଦଳ ୫ ସ୍ବର୍ଣ୍ଣ ସହ ମୋଟ ୧୩ଟି ପଦକ ହାସଲ କରିଛନ୍ତି। ଅଭିଷେକଙ୍କୁ ଦୁଇଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ମିଳିଛି। ଆର୍ନନ୍ଦିତା ସ୍ବାଇଁଙକୁ ଗୋଟିଏ ସ୍ବର୍ଣ୍ଣ ଓ  ଗୋଟିଏ ରୌପ୍ୟ, ଆରାବଂଶିକାଙ୍କୁ ଗୋଟିଏ ସ୍ବର୍ଣ୍ଣ, ଅର୍ପିତା ପଣ୍ଡାଙ୍କୁ ଗୋଟିଏ ସ୍ବର୍ଣ୍ଣ, ଆର୍ଯ୍ୟବ୍ରତ ବିଶ୍ବାଳଙ୍କୁ ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ମିଳିଛି।

ସେମିତି ପୁଲକ ପତିଙ୍କୁ ଗୋଟିଏ କାଂସ୍ୟ,  ଶୁଭକାନ୍ତ ସ୍ବାଇଁଙ୍କୁ ଗୋଟିଏ କାଂସ୍ୟ, ସୁହାନି ମିଶ୍ରଙ୍କୁ ଗୋଟିଏ କାଂସ୍ୟ ଓ ସୂର୍ଯ୍ୟ ପ୍ରକାଶଙ୍କୁ ଗୋଟିଏ କାଂସ୍ୟ ପଦକ ମିଳିଛି। ସମସ୍ତ କରାଟେକାମାନେ ଉତ୍କଳ କରାଟେ ସ୍କୁଲ ରାଉରକେଲା ଶାଖାର ଜାତୀୟ ରେଫରୀ ରାଜୀବ ସିଂଙ୍କ ଠାରୁ କରାଟେ ଶିକ୍ଷା ଲାଭ କରୁଛନ୍ତି। ରଞ୍ଜନ ପାତ୍ର ଓ ମୋନାଲିସା ମିଶ୍ର ଦଳର କୋଚ୍‌ ଓ ମ୍ୟାନେଜର ଦାୟିତ୍ବ ତୁଲାଇଛନ୍ତି। କାର୍ଯ୍ୟକ୍ରମରେ ଓଡ଼ିଶା ହକି ବିକାଶ ପରିଷଦର ଅଧ୍ୟକ୍ଷ ଦିଲୀପ ତିର୍କୀ,  ପୂର୍ବାଞ୍ଚଳ କରାଟେର ସଭାପତି ହାନ୍‌ସି ପ୍ରେମଜିତ୍‌ ସେନ୍‌, ସମ୍ପାଦକ ପଙ୍କଜ କାମ୍ବଲି ଓ ମୁଖ୍ୟ ବୈଷୟିକ ନିର୍ଦ୍ଦେଶକ ହାନ୍‌ସି ଡ. ହରିପ୍ରସାଦ ପଟ୍ଟନାୟକ ପ୍ରମୁଖ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ମେଡାଲ ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହି ସଫଳତା ପାଇଁ ରାଉରକେଲା ବିଧାୟକ ତଥା ରାଉରକେଲା କରାଟେ ଆସୋସିଏସନ୍‌ର ସଭାପତି ସାରଦା ପ୍ରସାଦ ନାୟକ କୃତି ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe