ଘୁଡୁକା, ଡାଲଖାଇ ନାଚରେ ଝୁମିଲେ ଦର୍ଶକ

ଶୁଲିଆ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା

ଘୁଡୁକା, ଡାଲଖାଇ ନାଚରେ ଝୁମିଲେ ଦର୍ଶକ

ଦେଓଗାଁ: ଦେଓଗାଁ ବ୍ଲକ୍‌ କୁଲୁତାପଡ଼ା ପଞ୍ଚାୟତ ଅନ୍ତର୍ଗତ ଖଇରଗୁରାରେ ଥିବା ବିଜାମୁଣ୍ଡାର ଲଙ୍କାବନରେ ଶୁଲିଆ ମହୋତ୍ସବର ୨ୟ ସନ୍ଧ୍ୟା ଅନୁ‌ଷ୍ଠିତ ହୋଇଛି। ମୟ ପ୍ରଧାନୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ୨ୟ ସନ୍ଧ୍ୟାର ସାଂସ୍କୃତିକ ସଭାରେ ଦେଓଗାଁ ତହସିଲଦାର ଯୁଗଳ କିଶୋର ବିଶ୍ବାଲ ମୁଖ୍ୟ ଅତିଥି, ଅବସରପ୍ରାପ୍ତ କର୍ମଚାରୀ ରଘୁବୀର ମହାକୁର, କଳାହାଣ୍ଡି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ପ୍ରକାଶ ମାଝୀ, ମହୀମୁଣ୍ଡା ସରପଞ୍ଚ ରଞ୍ଜିତା ଭୋଇ, ଗୌଡ଼ଗୋଠ ସରପଞ୍ଚ ରଞ୍ଜିତା ସାହୁ, ଚାରଭଟା ସରପଞ୍ଚ ସସ୍ମିତା ହରପାଲ, ମହଲାଇ ସମିତିସଭ୍ୟ ସସ୍ମିତା ଭୋଇ, ଅର୍ଜୁନପୁର ପୂର୍ବତନ ସରପଞ୍ଚ ପରମେଶ୍ବର ରାଉତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମହୋତ୍ସବର ସହସମ୍ପାଦକ ରାଜେନ୍ଦ୍ର ପାଢ଼ୀ, ଝସକେତନ କାଲସାଏ, ଶଶିଭୂଷଣ ଗଡ଼ତ୍ୟା, ଅଚ୍ୟୁତ ମିଶ୍ର ମଞ୍ଚାସୀନଥିଲେ। ଅନିଲ ନାଏକ ରାବଣ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ତୁଷୁରାର ସାନ ବଡ଼ ଘୁଡୁକା ନାଚ ପରିବେଷଣ କରିଥିଲେ। ବିଭିନ୍ନ ସ୍ଥାନରୁ ଆସିଥିବା କଳାକାରମାନେ ମଧ୍ୟ ନୃତ୍ୟ ପରିବେଷଣ କରିଥିଲେ।

ସୂଚନାଯୋଗ୍ୟ ଯେ, ୨ୟ ବର୍ଷକୁ ପଦାର୍ପଣ କରିଥିବା ଶୁଲିଆ ମହୋତ୍ସବ କେବଳ ଦେଓଗାଁ ବ୍ଲକ୍‌ର ନୁହେଁ ବଲାଙ୍ଗୀର ଜିଲ୍ଲା ପୁଇନ୍ତଲା ବ୍ଲକ୍‌, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ତରଭା ଓ କଣ୍ଟାମାଳ ବ୍ଲକ୍‌ର ବିଭିନ୍ନ ପଞ୍ଚାୟତର ସହଯୋଗରେ ଅନୁ‌ଷ୍ଠିତ ହୋଇଆସୁଛି। ପ୍ରତିଦିନ ବହୁ ସଂଖ୍ୟାରେ ଦର୍ଶକଙ୍କ ଭିଡ଼ ଜମୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe