ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ଜାତୀୟ କମିଟିର ଦ୍ୱିତୀୟ ବୈଠକ : ‘ଅହିଂସା’ ବିଶ୍ୱକୁ ସବୁଠାରୁ ଶକ୍ତିଶାଳୀ ବାର୍ତା - ନବୀନ 

Advertisment

ସମ୍ବିଧାନ ମୁଖବନ୍ଧରେ ଯୋଡ଼ିବା ଦାବି ଦୋହରାଇଲେ ନବୀନ 

ସମ୍ବିଧାନ ମୁଖବନ୍ଧରେ ଯୋଡ଼ିବା ଦାବି ଦୋହରାଇଲେ ନବୀନ 

୨୯ ଯାଏ ‘ଲକ୍‌ ଡାଉନ୍‌’; ୫ଟି ଜିଲ୍ଲା, ୮ଟି ସହର ପାଇଁ କଟକଣା

odishasuntimes.com

ଭୁବନେଶ୍ବର : ‘ଅହିଂସା’ ବିଶ୍ବକୁ ସବୁଠାରୁ ଶକ୍ତିଶାଳୀ ବାର୍ତା। ‘ଅହିଂସା’ ହିଁ ଆମ ସ୍ବାଧୀନତା ସଂଗ୍ରାମକୁ ବିଶ୍ବର ସବୁ ସଂଗ୍ରାମଠାରୁ ନିଆରା କରିଛି।

ଆଜି ରାଷ୍ଟ୍ରପତି ଭବନରେ ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତୀ ପାଳନ ନିମନ୍ତେ ଗଠିତ ଜାତୀୟ କମିଟିର ଦ୍ବିତୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ମତ ରଖିବା ସହିତ ‘ଅହିଂସା’ ଶଦ୍ଦ ସମ୍ବିଧାନ ମୁଖବନ୍ଧରେ ରଖିବା ଦାବି ଦୋହରାଇଛନ୍ତି। ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଆଜି ଏହି ବୈଠକରେ ମତ ରଖି କହିଥିଲେ,‘ଅହିଂସା’ ହିଁ ଶାନ୍ତି; ବିକାଶ ଓ ସାମ୍ୟ ତାର ମାର୍ଗ। ତେଣୁ ବିକାଶ ଲାଗି ଗାନ୍ଧୀଜୀଙ୍କ ‘ଅହିଂସା’ ମାର୍ଗକୁ ହିଁ ଯୁବ ସମାଜ ଆପଣାଇବା ଉଚିତ। ଯୁବ ସମାଜ ମଧ୍ୟରେ ‘ଅହିଂସା’ ଆଦର୍ଶର ବିକାଶ ଆମର ମହାନ ସଂଗ୍ରାମ ଏବଂ ମହାତ୍ମାଙ୍କୁ ଯୁଗ ଯୁଗ ପାଇଁ ପ୍ରେରଣାର ଉତ୍ସ କରି ରଖିବ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ମହାତ୍ମା ଗାନ୍ଧୀଙ୍କ ‘ଅହିଂସା’ ତତ୍ତ୍ବ ଅନୁସାରେ ଦାରିଦ୍ର୍ୟ ଓ ସାମାଜିକ ଅବିଚାର ହିଁ ସବୁଠାରୁ ବଡ଼ ହିଂସା। ଗାନ୍ଧୀଜୀଙ୍କ ମତରେ ଯେ ପର୍ଯ୍ୟନ୍ତ ଦାରିଦ୍ର୍ୟ ରହିଥିବ ସ୍ବାଧୀନତାର ମୂଲ୍ୟ ଅର୍ଥହୀନ। ବିନା ‘ଅହିଂସା’ରେ ଦାରିଦ୍ର୍ୟ ଦୂର କରାଯାଇପାରିବ ନାହିଁ। ଜାତି, ଧର୍ମ, ବର୍ଣ୍ଣ ଭିତ୍ତିରେ ସମାଜକୁ ବିଭକ୍ତ କରୁଥିବା ଶକ୍ତିର ପରାଜୟରେ ହିଁ ପ୍ରଗତି ହାସଲ କରାଯାଇପାରିବ। ତେଣୁ ‘ଅହିଂସା’ ଶଦ୍ଦ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ସ୍ଥାନୀତ ହେଲେ ତାହା ମହାତ୍ମାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏମିତି ହେଲେ ଭାରତ ତଥା ବିଶ୍ବର ଉତ୍ତର ପିଢ଼ିକୁ ଏହି ଉକ୍ତିର ଦୃଢ଼ ସତ୍ୟତା ସବୁଦିନ ସ୍ମରଣ କରାଇ ଦେଉଥିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଉଲ୍ଲେଖଯୋଗ୍ୟ, ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ସମଗ୍ର ଦେଶରେ ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ଜାତୀୟ କମିଟି ଗଠନ କରାଯାଇଛି। ଗତବର୍ଷ ଏହାର ପ୍ରଥମ ବୈଠକ ବସିଥିଲା, ଯେଉଁଥିରେ ନବୀନ ‘ଅହିଂସା’କୁ ସମ୍ବିଧାନର ମୁଖବନ୍ଧରେ ସାମିଲ ନେଇ ମନ୍ତବ୍ୟ ଦେଇ ଜାତୀୟ ରାଜନୀତିରେ ଚର୍ଚ୍ଚାକୁ ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe