ଚିକିତ୍ସା ପରେ ସୁସ୍ଥ ହେଲେ ଭୁବନେଶ୍ବରର୧୪ କରୋନା ଆକ୍ରାନ୍ତ, ଏବେ ରାଜଧାନୀର ଚିକିତ୍ସାଧୀନଙ୍କ ସଂଖ୍ୟା ୩୨କୁ ହ୍ରାସ

Advertisment
ଚିକିତ୍ସା ପରେ ସୁସ୍ଥ ହେଲେ ଭୁବନେଶ୍ବରର୧୪ କରୋନା ଆକ୍ରାନ୍ତ, ଏବେ ରାଜଧାନୀର ଚିକିତ୍ସାଧୀନଙ୍କ ସଂଖ୍ୟା ୩୨କୁ ହ୍ରାସ

ଭୁବନେଶ୍ୱର : ରାଜ୍ୟର କରୋନା ହଟସ୍ପଟ୍ ଭୁବନେଶ୍ୱର ପାଇଁ ପୁଣି ଆସିଛି ଆଶ୍ବସ୍ତି। ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ଦୁଇଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି।  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ଏ ସଂପର୍କରେ ସୂଚନା ଦିଆଯାଇଛି । ଏହା ଫଳରେ ଭୁବନେଶ୍ୱରର ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଏପ୍ରିଲ ୧୬ ସୁଦ୍ଧା ରାଜଧାନୀର ୧୨ଜଣ କରୋନା ସଂକ୍ରମିତ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ। ଆଜିର ଦୁଇ ଜଣଙ୍କ ସୁସ୍ଥତା ପରେ ଏହି ସଂଖ୍ୟା ୧୪ ହୋଇଛି। ଏଥିସହ ରାଜଧାନୀର ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨କୁ ହ୍ରାସ ପାଇଛି। ସୂଚନାଯୋଗ୍ୟ, ଭୁବନେଶ୍ବରରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪୬ ରହିଛି।  ଅନ୍ୟପକ୍ଷରେ ରାଜ୍ୟରେ କରୋନା ସଂକ୍ରମଣରୁ ମୋଟ ୨୧ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏବେ ମୋଟ ୩୮ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ଓ ଜଣକର ମୃତ୍ୟୁ ହୋଇଛି ।

publive-image

ସାରା ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩,୮୩୫ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୧,୬୧୬, ମୃତ୍ୟୁସଂଖ୍ୟା ୪୫୨ ଓ ଆରୋଗ୍ୟ ସଂଖ୍ୟା ୧୭୬୬ ରହିଛି । ଭାରତର ଆରୋଗ୍ୟ ଓ ମୃତ୍ୟୁ ଅନୁପାତ ୮୦:୨୦ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିହ୍ନଟ ୧୭୦ଟି ହଟସ୍ପଟ ମଧ୍ୟରୁ ଓଡ଼ିଶାର ଦୁଇଟି ଜିଲ୍ଲା ଖୋର୍ଦ୍ଧା ଓ ଭଦ୍ରକ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe