ଘରୁ ବାହାରିଲା ୩.୪ କ୍ବିଣ୍ଟାଲ, ବାପ-ପୁଅ ଗିରଫ

Advertisment

ଗଞ୍ଜେଇ କାରବାର ସାଜିଛି ପାରିବାରିକ ବ୍ୟବସାୟ

ଗଞ୍ଜେଇ କାରବାର ସାଜିଛି ପାରିବାରିକ ବ୍ୟବସାୟ

ଘରୁ ବାହାରିଲା ୩.୪ କ୍ବିଣ୍ଟାଲ, ବାପ-ପୁଅ ଗିରଫ

ବୌଦ୍ଧ: ଜିଲ୍ଲାରେ ପାରିବାରିକ ବ୍ୟବସାୟରେ ପରିଣତ ହେଲାଣି ଗଞ୍ଜେଇ କାରବାର। ବୌଦ୍ଧ ଥାନା ଦାମଣ୍ଡା ଗ୍ରାମର ଏକ ଘରୁ ପୁଲିସ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଛି। ନିଜ ଜମିରୁ ଅମଳ କରି ଗଚ୍ଛିତ ରଖିଥିବା ଅଭିଯୋଗରେ ବାପ-ପୁଅଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ବୌଦ୍ଧ ଥାନା ଦାମଣ୍ଡା ଗ୍ରାମର ସଞ୍ଜୟ କହଁରଙ୍କ ଘରେ ଗଞ୍ଜେଇ ଗଚ୍ଛିତ ଥିବା ପୁଲିସକୁ ସୂଚନା ମିଳିଥିଲା। ଏସ୍‌ପି ରାଜ୍‌ ପ୍ରସାଦଙ୍କ ନିର୍ଦ୍ଦେଶରେ ଟାଉନ ଥାନା ଆଇଆଇସିଙ୍କ ତତ୍ତ୍ବାବଧାନରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରା ଯାଇଥିଲା।

ଏସ୍‌ଆଇ ଗଣନାଥ ଥନାପତିଙ୍କ ନେତୃତ୍ବରେ ଟିମ୍ ବୁଧବାର ସଞ୍ଜୟଙ୍କ ଘରେ ଚଢ଼ାଉ କରିଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଲାସି କରାଯିବାରୁ ୧୨ଟି ବସ୍ତାରେ ଗଞ୍ଜେଇ ଥିବା ଜଣା ପଡ଼ିଥିଲା। ଜବତ କରି ଓଜନ କରାଯିବାରେ ଗଞ୍ଜେଇର ଓଜନ ୩ କ୍ବିଣ୍ଟାଲ ୪୦ କିଲୋ ହୋଇଥିଲା। ଯାହାର ସ୍ଥାନୀୟ ବଜାର ଦର ୧୦ ଲକ୍ଷ ୨୦ ହଜାର ଟଙ୍କା ଆକଳନ କରାଯାଇଛି। ପୁଲିସ କେସ ନଂ. ୧୨୦/୨୩ରେ ମାମଲା ରୁଜୁ କରି ଗଞ୍ଜେଇ କାରବାରରେ ସମ୍ପୃକ୍ତ ବାପ ସଞ୍ଜୟ କହଁର(୬୦) ଓ ପୁଅ କପିଳ କହଁର(୨୬)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe