କଳାବାଡିଆ : ଯୁବକକୁ ହତ୍ୟାକଲେ ୪ ସାଙ୍ଗ

Advertisment

ପାହାଡ଼ ଉପରେ ପଥର ଛେଚି ମାରିଥିଲେ, ୩ ଅଭିଯୁକ୍ତ ଗିରଫ, ଜଣେ ଫେରାର

ପାହାଡ଼ ଉପରେ ପଥର ଛେଚି ମାରିଥିଲେ, ୩ ଅଭିଯୁକ୍ତ ଗିରଫ, ଜଣେ ଫେରାର

ବ୍ୟବସାୟ ନାଁରେ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ, ଧୂର୍ତ୍ତ ଅଟକ

NewsKarnataka

କଳାବାଡିଆ : ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ସାଙ୍ଗକୁ ଛଳରେ ପାହାଡ଼କୁ ଡାକି ନେଇ ହତ୍ୟା କରିଛନ୍ତି ୪ ସାଙ୍ଗ। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ବଡଗାଁ ପଞ୍ଚାୟତ ସାତପୁଟୁଳି ଠାକୁରାଣୀ ପାହାଡ଼ ଉପରେ ଏହି ଘଟଣା ଘଟିଛି।

ସାଙ୍ଗମାନଙ୍କ ଦ୍ବାରା ହତ୍ୟାର ଶିକାର ହୋଇଥିବା ଯୁବକ ହେଲେ ବଡଗାଁ ପଞ୍ଚାୟତ ସୁନାପୋଷି ଗ୍ରାମର ରମେଶ ସିଂଙ୍କ ପୁଅ ବିମଲ ସିଂ (୨୦)। ଗତ ୧୮ ତାରିଖରୁ ସେ ନିଖୋଜ୍ ଥିଲେ। ପାହାଡ଼ ଉପରୁ ତାଙ୍କ ଗଳିତ ଶବକୁ ପୁଲିସ ଜବତ କରିଛି। ଘଟଣାରେ ସଂପୃକ୍ତ ତିନିଜଣ ଯୁବକ କ୍ରିପାଧିମା ଗ୍ରାମର ରାମଦାସ ମାରାଣ୍ଡି (୨୦), ଦୀପକ କୁମାର ନାଏକ (୨୬), ଭୁଆଶୁଣୀ ପଞ୍ଚାୟତ ତିଳା ଗ୍ରାମର ଜଗନ୍ନାଥ ସୋରେନ୍ (୨୩)ଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟତମ ଅଭିଯୁକ୍ତ ସନାତନ ମୁର୍ମୁକୁ ଧରିବା ଲାଗି ପୁଲିସ ତନାଘନା ଜାରି ରଖିଛି।

ପୁଲିସ ସୂଚନା ମୁତାବକ, ଅଭିଯୁକ୍ତ ଜଗନ୍ନାଥ ସୋରେନ୍ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ କରୁଥିବାବେଳେ ଯୁବତୀଜଣକ ଏହାକୁ କୁଆଡେ ପ୍ରତ୍ୟାଖ୍ୟାନ କରିଥିଲେ। ପ୍ରେମ ବ୍ୟାପାରରେ ଅସଫଳ ହୋଇଥିବାରୁ ଜଗନ୍ନାଥଙ୍କୁ ପରିହାସ କରିଥିଲେ ସାଙ୍ଗ ବିମଲ ସିଂ। ଆଉ ଏହାକୁ ହଜମ୍ କରିପାରିନଥିଲେ ଜଗନ୍ନାଥ, ସବୁଦିନ ପାଇଁ ବିମଲଙ୍କୁ ହଟାଇବାକୁ କରିଥିଲେ ଯୋଜନା। ଜାନୁଆରି ୧୮ ତାରିଖରେ ଭୋଜି କରିବାକୁ କହି ବିମଲଙ୍କୁ ଘରୁ ଡାକି ନେଇଥିଲେ ୪ ସାଙ୍ଗ। ସାତପୁଟୁଳି ଠାକୁରାଣୀ ପାହାଡ଼ ଉପରେ ବିମଲଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିବା ପରେ ଅଭିଯୁକ୍ତମାନେ ଶବକୁ ସେଠାରେ ଫିଙ୍ଗି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe