ତିନି ଫେରାର ଅଭିଯୁକ୍ତଙ୍କୁ ୱାଣ୍ଟେଡ ଘୋଷଣା କଲା କ୍ରାଇମବ୍ରାଞ୍ଚ, ସୂଚନା ଦେଲେ ମିଳିବ ପୁରସ୍କାର

Advertisment
ତିନି ଫେରାର ଅଭିଯୁକ୍ତଙ୍କୁ ୱାଣ୍ଟେଡ ଘୋଷଣା କଲା କ୍ରାଇମବ୍ରାଞ୍ଚ, ସୂଚନା ଦେଲେ ମିଳିବ ପୁରସ୍କାର

ଭୁବନେଶ୍ବର: ବିଭିନ୍ନ ମାମଲାରେ ୩ ଜଣ ଫେରାର ଅଭିଯୁକ୍ତଙ୍କ ସଂପର୍କରେ ସୂଚନା ଦେବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏମାନଙ୍କ ବିଷୟରେ ଯିଏ ସୂଚନା ଦେବେ, ତାଙ୍କୁ ପୁରସ୍କାର ଦେବା ସହ ତାଙ୍କ ନାମ ଗୋପନ ରଖାଯିବ ବୋଲି ଏଥିରେ କୁହାଯାଇଛି।
ଏହି ତିନି ଫେରାର ଅଭିଯୁକ୍ତ ହେଲେ ଚିଟଫଣ୍ଡ ମାମଲାରେ ଫସିଥିବା ତ୍ରିବେଣୀ ମହାନ୍ତି ଓ ଆଦିତ୍ୟ ଦାସ ଏବଂ ଠକେଇ ମାମଲା ଥିବା ଜ୍ୟୋତିରଞ୍ଜନ ବେଉରା ଓରଫ ଗୋଲଡେନ୍ ବାବା। ଏହି ତିନିଜଣଙ୍କୁ ୱାଣ୍ଟେଡ ବୋଲି କ୍ରାଇମବ୍ରାଞ୍ଚ ଦର୍ଶାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe