ଛିନ୍‌ତାଇ ଗ୍ୟାଙ୍ଗର ୩ ଅଭିଯୁକ୍ତ ଗିରଫ: ମାଷ୍ଟର ମାଇଣ୍ଡ ସମେତ ୪ଚମ୍ପଟ

Advertisment

ବୈଶିଙ୍ଗା ଥାନା ଅଧୀନ ଶିଖରଖୁଣ୍ଟା ଅଞ୍ଚଳରେ ଚଢ଼ାଉ କରି ପୁଲିସ୍ ଆନ୍ତଃଜିଲ୍ଲା ଛିନ୍‌ତାଇ ଗ୍ୟାଙ୍ଗର ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଘଟଣା ସ୍ଥଳରୁ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ସ୍ଥାନୀୟ ପଣସିଆ ଅଞ୍ଚଳର ଅଶୋକ ସିଂ ସମେତ ଅନ୍ୟ ୩ଜଣ ଅଭିଯୁକ୍ତ ଚମ୍ପଟ ମାରିଥିଲେ...

ବୈଶିଙ୍ଗା ଥାନା ଅଧୀନ ଶିଖରଖୁଣ୍ଟା ଅଞ୍ଚଳରେ ଚଢ଼ାଉ କରି ପୁଲିସ୍ ଆନ୍ତଃଜିଲ୍ଲା ଛିନ୍‌ତାଇ ଗ୍ୟାଙ୍ଗର ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଘଟଣା ସ୍ଥଳରୁ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ସ୍ଥାନୀୟ ପଣସିଆ ଅଞ୍ଚଳର ଅଶୋକ ସିଂ ସମେତ ଅନ୍ୟ ୩ଜଣ ଅଭିଯୁକ୍ତ ଚମ୍ପଟ ମାରିଥିଲେ...

3 accused of robbery gang arrested: 4 others including mastermind arrested

3 accused of robbery gang arrested: 4 others including mastermind arrested Photograph: (sambad.in )

ବୈଶିଙ୍ଗା: ବୈଶିଙ୍ଗା ଥାନା ଅଧୀନ ଶିଖରଖୁଣ୍ଟା ଅଞ୍ଚଳରେ ରବିବାର ବିଳମ୍ବିତ ରାତିରେ ଚଢ଼ାଉ କରି ପୁଲିସ୍ ଆନ୍ତଃଜିଲ୍ଲା ଛିନ୍‌ତାଇ ଗ୍ୟାଙ୍ଗର ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଘଟଣା ସ୍ଥଳରୁ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ସ୍ଥାନୀୟ ପଣସିଆ ଅଞ୍ଚଳର ଅଶୋକ ସିଂ ସମେତ ଅନ୍ୟ ୩ଜଣ ଅଭିଯୁକ୍ତ ଚମ୍ପଟ ମାରିଥିଲେ। 

ବିଲ ଜଙ୍ଗଲରେ ଦୀର୍ଘ ସମୟ ପର୍ଯ୍ୟନ୍ତ ପୁଲିସ ସେମାନଙ୍କ ପିଛା କରିଥିଲେ ବି ସେମାନଙ୍କୁ ଧରିବାରେ ବିଫଳ ହୋଇଥିଲେ। ଗିରଫ ଅଭିଯୁକ୍ତମାନେ ସମସ୍ତେ ବାଲେଶ୍ୱର ଜିଲ୍ଲାର ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨ଜଣ ବାଲିଆ ଅଞ୍ଚଳର ସୋମ୍ୟରଞ୍ଜନ ସେଠୀ, ଧନଞ୍ଜୟ ସିଂ  ଓ ଅନ୍ୟ ଜଣେ ରେମୁଣା ଗୋଲେଇ ଅଞ୍ଚଳର ଅର୍ଜୁନ ପଣ୍ଡିତ।

ସୂଚନା ଅନୁଯାଇ ଅଶୋକର ନେତୃତ୍ୱରେ ଛୀନତାଇ ଗ୍ୟାଙ୍ଗର ଅନ୍ୟ ବାଲେଶ୍ୱର ଜିଲ୍ଲାର ୬ଜଣ ଅଭିଯୁକ୍ତ ରବିବାର ବିଳମ୍ବିତ ସନ୍ଧ୍ୟାରେ ଆସି ଶିଖରଖୁଣ୍ଟା ସ୍ଥିତ ରାଜୁ ମହାରଣାଙ୍କ ଭଡା ଘରେ ପହଞ୍ଚି ତାକୁ ଧମକ ଚମକ ଦେଇ ୨ହଜାର ଟଙ୍କା ଜୋର ଜବରଦସ୍ତ କରି ମାଗିଥିଲେ।

ସେ ନିଜର ଅକ୍ଷମତା ପ୍ରକାଶ କରିବା ପରେ ସେମାନେ ରାଜୁଙ୍କୁ ଆକ୍ରମଣ କରି ଘଟଣା ସ୍ଥଳରୁ ଅପହରଣ କରିବାକୁ ବସିଥିଲେ। ତେବେ ସେହି ସମୟରେ ତାଙ୍କ ଘର ମାଲିକ ଚିତ୍କାର କରିବାରୁ ଗାଁ ଲୋକ ଦୌଡ଼ି ଆସିଥିଲେ ଓ ବୈଶିଙ୍ଗା ପୁଲିସକୁ ମଧ୍ୟ ଖବର ଦେଇଥିଲେ। 

ତେବେ ଗ୍ରାମବାସୀଙ୍କୁ ଦେଖି ୭ ଅଭିଯୁକ୍ତ ବିଭିନ୍ନ ମରଣାସ୍ତ୍ର ଦେଖାଇ ଭୟଭୀତ କରାଉଥିବା ସମୟରେ ବୈଶିଙ୍ଗା ଥାନା ଏସଆଇ ଦେବାଶିଷ ମଣ୍ଡଳ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚିଥିଲେ।

ହେଲେ ପୁଲିସ ପହଞ୍ଚିବା କ୍ଷଣି ୩ଜଣଙ୍କୁ କାବୁ କରିନେଇଥିବାବେଳେ ୩ଜଣ ଅଭିଯୁକ୍ତ ବାଇକ ନେଇ ଖସି ଯାଇଥିବା ସମୟରେ ଅଶୋକ ସିଂ ଜଙ୍ଗଲ ଓ ବିଲ ମଧ୍ୟ ଦେଇ ଦୌଡିବାକୁ ଆରମ୍ଭ କରିଥିଲା। 

ଦୀର୍ଘ ସମୟ ଧରି ଅଶୋକର ପିଛା କରିଥିଲେ ବି ସେ ପୁଲିସ ହାତରୁ ଖସିଯିବାକୁ ସଫଳ ହୋଇଥିଲା। ତେବେ ଘଟଣା ସ୍ଥଳରୁ ପୁଲିସ ସେମାନଙ୍କ ଠାରୁ ଓଡି୦୧ଏଜେଡ-୭୯୬୯ ଓ ଓଡି୧୧ଏକ୍ସ-୬୫୪୩ ନଂ ବିଶିଷ୍ଟ ଦୁଇଟି ବାଇକ ମଧ୍ୟ ଜବତ କରିଥିଲେ ଓ ଘଟଣା ର ତଦନ୍ତ ପୂର୍ବକ ୨୫୨/୨୫ନଂ ରେ ଏକ ମାମଲା ରୁଜୁ କରି ୩ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।

ଅଭିଯୁକ୍ତମାନେ ୧୫ଦିନ ଭିତରେ ଘଟିଯାଇଥିବା ୬ ଛିନ୍‌ତାଇ ମାମଲାରେ ସଂଶ୍ଳିଷ୍ଟ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ଖୁବଶୀଘ୍ର ଖସି ଯାଇଥିବା ଅଶୋକ ସମେତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ପୁଲିସ ଗିରଫ କରିବା ନେଇ ଦୃଢ଼କ୍ତି ପ୍ରକାଶ କରିଛନ୍ତି ଥାନା ଅଧିକାରୀ ବାରିଣୀ ଦାସ।

 Mayurbhanj | Crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe