ବିନିକା ପେକ୍ସ ଗୋଦାମରୁ ସାର ଚୋରି ଘଟଣା, ୩ ଅଭିଯୁକ୍ତ କୋର୍ଟ ଚାଲାଣ

Advertisment
ବ୍ୟବସାୟ ନାଁରେ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ, ଧୂର୍ତ୍ତ ଅଟକ

NewsKarnataka

ବିନିକା : ବିନିକା ପେକ୍ସ ଗୋଦମରୁ ସାର ଚୋରି କରିଥିବା ଅଭିଯୋଗରେ ସୋମବାର ବିନିକା ପୁଲିସ୍‌ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ବରଗଡ଼ ସହରର ସୁରେନ ବାଗ (୩୫), ରାଜା ସା (୨୩), ଫୁଲଚନ୍ଦ ରଣା (୩୫)। ରବିବାର ଏମାନଙ୍କୁ ଗିରଫ କରାଯାଇ ସୋମବାର କୋର୍ଟଚାଲାଣ କରାଯାଇଥିଲା। ଜାମିନ୍‌ ନାମଞ୍ଜୁର ହେବାରୁ ସୋନପୁର ଜେଲ୍‌କୁ ପଠାଯାଇଛି। ଏନେଇ ବିନିକା ଏସ୍‌ଆଇ ସୂର୍ଯ୍ୟକାନ୍ତ ସେଠୀ ସୂଚନା ଦେଇଛନ୍ତି।

ସୂଚନାନୁସାରେ ଗତ ୨୦୧୯ ଏପ୍ରିଲ ମାସରେ ବିନିକା ପେକ୍ସ ଗୋଦମରୁ ଗ୍ରୋମୋର ସାର-୮୦ ବସ୍ତା ଏବଂ ଡିଏପି ୧୧୫ ବସ୍ତା ଚୋରି ହୋଇଥିଲା। ଏନେଇ ପେକ୍ସ ସମ୍ପାଦକ ପ୍ରଶାନ୍ତ ନାୟକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। କେସ୍‌ ୧୧୮/୧୯ ରେ ଏକ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe