ଜଙ୍ଗଲରୁ ତିନି ମୃତ ବାର୍‌ହା ଉଦ୍ଧାର!

Advertisment
ଜଙ୍ଗଲରୁ ତିନି ମୃତ ବାର୍‌ହା ଉଦ୍ଧାର!

ଟିକିରି: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ ଟିକିରି ବନାଞ୍ଚଳ ଅଧୀନସ୍ଥ ଜଙ୍ଗଲରୁ ବନ ବିଭାଗ ପକ୍ଷରୁ ୩ଟି ବାର୍‌ହା ଶବ ଉଦ୍ଧାର କରାଯାଇଛି। ଶବ ବ୍ୟବଚ୍ଛେଦ ପରେ ଗାତ ଖୋଳି ପୋତି ଦିଆଯାଇଛି। ଗଭୀର ଆଘାତ ଲାଗିଥିବାରୁ ମୃତ୍ୟୁ ହୋଇଥିବା ନେଇ କୁହାଯାଉଥିବା ବେଳେ କିଭଳି ଏହି ଆଘାତ ଲାଗିଲା ସ୍ପଷ୍ଟ ହୋଇପାରି ନାହିଁ। ସୂଚନା ଅନୁଯାୟୀ, ଗତକାଲି ବନ ବିଭାଗ କର୍ମଚାରୀ ସ୍ଥାନୀୟ ପାନବନ୍ଧ ଗ୍ରାମ ନିକଟସ୍ଥ ଜଙ୍ଗଲରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଗୋଟିଏ ଗାତରେ ବାର୍‌ହା ପଡ଼ି ଯାଇଥିବା ଜାଣିବାକୁ ପାଇଥିଲେ। ଖବର ପାଇ ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀପତି ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଟିକିରି ଫରେଷ୍ଟର କାମେଶ୍ୱର ଆଚାରୀ, ଶଙ୍କରଡ଼ା ଫରେଷ୍ଟର ମୀନକେତନ ନାୟକଙ୍କ ସହ ବନରକ୍ଷୀ ଲଳିତା ବିଡ଼ିକା, ଜଗତ ମୋହନ ସାହୁ ଏବଂ ବନ ବିଭାରର ଆଣ୍ଟି ସ୍ମଗଲିଂ ସ୍କ୍ବାଡ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗାତ ଭିତରୁ ବାର୍‌ହାଙ୍କୁ ବାହାର କରିବା ବେଳକୁ ମୃତ୍ୟୁ ହୋଇ ସାରିଥିଲା। ମୃତ ବାର୍‌ହାଗୁଡ଼ିକର ବୟସ ଦୁଇରୁ ଅଢ଼େଇ ବର୍ଷ ମଧ୍ୟରେ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ମୃତ ବାର୍‌ହା ମଧ୍ୟରୁ ଦୁଇଟି ମାଈ ବୋଲି ଜଣାପଡ଼ିଛି। ଟିକିରି ଅଣାଯିବା ପରେ ସ୍ଥାନୀୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ପ୍ରଦୀପ୍ତ କୁମାର ରଥ, ଏଲ୍‌ଆଇ ଜୟନ୍ତ କୁମାର ଗୁରୁ ପ୍ରମୁଖ ଶବ ବ୍ୟବଚ୍ଛେଦ କରିଥିଲେ। ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିବା କାରଣରୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗାତ ଖୋଳି ଶବଗୁଡ଼ିକୁ ପୋତି ଦିଆଯାଇଥିବା ବନ ବିଭାଗ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe