ବିଜେଡି କର୍ମୀଙ୍କୁ ହତ୍ୟା ଘଟଣାରେ ୩ ଗିରଫ

Advertisment
ପ୍ରତାରଣା ଅଭିଯୋଗରେ ଯୁବକ ଗିରଫ

adaderana.lk

କେନ୍ଦୁଝର: ଠିକାକାମକୁ କେନ୍ଦ୍ରକରି କେନ୍ଦୁଝର ସଦର ଥାନା ବାଉରୀପଦା ପଞ୍ଚାୟତ ମନୋହରପୁର ଗ୍ରାମରେ ବିଜେଡି କର୍ମୀ ଭାଗ୍ୟଧର ଘଣା (କାଳିଆ)ଙ୍କୁ ହତ୍ୟା ଘଟଣାରେ ପୁଲିସ ଆଜି ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ମନୋହରପୁର ଗ୍ରାମର ସୁଶୀଲ କୁମାର ପରିଡ଼ା (୪୮), ତାଙ୍କ ଭଣଜା ଠାକୁରପାଟଣାର ବିନାୟକ ଦାସ (୨୭) ଓ ବୀରବରପୁର ପାଟଣାର ବିକାଶ ଓରଫ ବିକି ସେଠୀ (୨୭)। ହତ୍ୟାକାଣ୍ଡରେ ସଂପୃକ୍ତ ସୁଶୀଲର ଆଉଜଣେ ଭଣଜା ନରଣପୁରର ପ୍ରବୀଣ ସାମଲ (୩୦) ଫେରାର ହୋଇଯାଇଛି। ପ୍ରବୀଣକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ଠିକାକାମକୁ କେନ୍ଦ୍ରକରି କାଳିଆ ଏବଂ ସୁଶୀଲଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। କାଳିଆକୁ ରାସ୍ତାରୁ ହଟାଇବା ପାଇଁ ସେ ଯୋଜନା କରିଥିଲେ। ୨୫ ତାରିଖ ରାତିରେ କାଳିଆଙ୍କୁ ତାଙ୍କ ଘରୁ ଡାକି ଆଣି ଗାଁ ମୁଣ୍ଡ ଖମାର ମଝିରେ ଥିବା ଏକ ପୋଖରୀ ନିକଟରେ ମଦ ପିଆଇ ଥିଲେ। ଏହି ସମୟରେ କାଳିଆକୁ ତାଙ୍କ କାମରେ କୌଣସି ପ୍ରକାର ସମସ୍ୟା ନ କରିବାକୁ କହିଥିଲେ। ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା। ଅଭିଯୁକ୍ତମାନେ ଏକ ଜ୍ୟାକ୍‌ରଡରେ କାଳିଆଙ୍କୁ ପିଟିପିଟି ହତ୍ୟା କରିଥିଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe