ମୋବାଇଲ୍‌ ସିମ୍‌ ଜାଲିଆତି କରି ୩ ଗିରଫ: ୧୯୮୨ ସିମ୍‌, ଲାପଟପ୍‌ ଓ ମୋବାଇଲ୍‌ ଜବତ

Advertisment
ମୋବାଇଲ୍‌ ସିମ୍‌ ଜାଲିଆତି କରି ୩ ଗିରଫ: ୧୯୮୨ ସିମ୍‌, ଲାପଟପ୍‌ ଓ ମୋବାଇଲ୍‌ ଜବତ

ବାଲେଶ୍ବର: ମୋବାଇଲ ସିମ୍‌ ଜାଲିଆତି କରିବା ଅଭିଯୋଗରେ ଆଜି ସାଇବର ପୁଲିସ୍‌ ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସଦର ଥାନା ଗୋବିନ୍ଦପୁର ଅଞ୍ଚଳର ସୁମିତ ସାଗର ପାତ୍ର ଓରଫ୍‌ ଲିପୁ(୨୭), ସିଂଲା ଥାନା ଅଞ୍ଚଳର ଗୁରୁପଦ ବେହେରା ଓରଫ୍‌ ବାପି(୨୭) ଏବଂ ବାଲିଆପାଳ ଥାନା ବାଲିକୁଟି ଅଞ୍ଚଳର ଦୀପକ କୁମାର ଜେନା(୩୪)। ଅଭିଯୁକ୍ତଠାରୁ ୧୯୮୨ଟି ସିମ୍‌, ଦୁଇଟି ଲାପଟପ୍‌, ୯ଟି ମୋବାଇଲ୍‌ ଜବତ କରାଯାଇଛି।

ସୂଚନା ମୁତାବକ, ଜଣଙ୍କ ନାମରେ ପଞ୍ଜୀକରଣ ହୋଇଥିବା ମୋବାଇଲ ସିମ୍‌କୁ ଅନ୍ୟ ଜଣଙ୍କ ନାମରେ ପଞ୍ଜୀକରଣ କରାଇବା ଏବଂ ଏହି ସିମ୍‌କୁ ବିଭିନ୍ନ ଅପରାଧମୂଳକ କାର୍ଯ୍ୟରେ ବ୍ୟବହାର ପାଇଁ ବାହାରେ ଅଧିକ ମୂଲ୍ୟରେ ତିନି ଅଭିଯୁକ୍ତ ବିକ୍ରି କରୁଥିଲେ। ଆଜକୁ ୪ ବର୍ଷ ହେବ ଏହି କାରବାରରେ ଏମାନେ ଲିପ୍ତ ରହିଆସୁଥିଲେ। ସାଇବର ଥାନା ଅଧିକାରୀ ମାନସ ରଞ୍ଜନ ବିଶ୍ୱାଳ ଖବରପାଇ କିଛି ଦିନ ହେବ ଅନୁସନ୍ଧାନ ଜାରି ରଖିଥିଲେ। ଆଜି ଏକ ଭଡ଼ା ଘରେ ରହିଥିବା ସିମ୍‌ ଗୁଡ଼ିକୁ ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ କରି‌ଥିଲେ। ତେବେ ଏହି କାରବାରରେ ଆହୁରି ଅଧିକ ଜଣ ସାମିଲ ଥିବା ପୁଲିସ ଡିଏସ୍‌ପି କ୍ଷୀତିସ କୁମାର ଜେନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏନେଇ ସାଇବର ଥାନାରେ ୫/୨୨ ନମ୍ବରରେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe