ଜାଲ୍‌ କାଗଜପତ୍ରରେ ବିଦେଶ ପଠାଇ ୩ ଗିରଫ

ଜାଲ୍‌ କାଗଜପତ୍ରରେ ବିଦେଶ ପଠାଇ ୩ ଗିରଫ

public.app

ବାଲିକୁଦା : ଜାଲ୍‌ କାଗଜପତ୍ରରେ ବିଦେଶ ପଠାଇବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ବାଲିଚନ୍ଦ୍ରପୁର ଥାନା ପୁଲିସ। ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଖଲିକୋଟ ଅଞ୍ଚଳର ପ୍ରକାଶ ଲେଙ୍କା, କେନ୍ଦ୍ରାପଡ଼ା ଜିଲ୍ଲାର ଭାଗବତ ସ୍ବାଇଁ ଓ କଟକ ଷ୍ଟାର ଏଚ୍‌ଆର କମ୍ପାନି କର୍ମଚାରୀ କାମାକ୍ଷାନଗର ଅଞ୍ଚଳର ମନୋଜ ବରାଳ। ବଡ଼ଚଣା ବ୍ଲକ ବାଲିଚନ୍ଦ୍ରପୁର ଥାନା ତଥା ସାଉଡ଼ିଆ ପଞ୍ଚାୟତ ତାଳୁଆ ଗ୍ରାମର ଅନିଲ ଜେନା (୩୨)ଙ୍କୁ ଜାଲ କାଗଜପତ୍ରରେ ସେମାନେ ସାଉଦି ଆରବ ପଠାଇଥିଲେ।

ପୁଲିସ ସୂଚନାନୁସାରେ ଏହି ୩ ଜଣ ଅନିଲଠାରୁ ୮୦ ହଜାର ଟଙ୍କା ନେଇ ଭିଜିଟିଙ୍ଗ ଭିସାରେ ସାଉଦି ଆରବର ସାରଜାକୁ ପଠାଇଥିଲେ। ଅନିଲ ନଭେମ୍ବର ୨୦୨୧ ରେ ସେଠାକୁ ଯାଇଥିଲେ। ୨୦୨୨ ଅକ୍ଟୋବର ପରଠାରୁ ଘର ସହ ତାଙ୍କର ସମ୍ପର୍କ ଛିନ୍ନ ହୋଇଯାଇଥିଲା। ବହୁ ଦିନଧରି ଘର ଲୋକଙ୍କ ସହ ଯୋଗାଯୋଗ ନହେବାରୁ ଅନିଲଙ୍କ ବାପା ବାଇଧର ଜେନା ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ବାଲିଚନ୍ଦ୍ରପୁର ପୁଲିସ ୧୬୦/୨୩ ରେ ମାମଲା ପଞ୍ଜୀକରଣ କରି ୩ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା ପରେ ଆଜି କୋର୍ଟଚାଲାଣ କରାଯାଇଥିବା ଥାନାଧିକାରୀ ରମାକାନ୍ତ ମୁଦୁଲି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe