ଝାରସୁଗୁଡ଼ା : ଧୁତୁରାଠାରେ ଥିବା ଅଲଟ୍ରାଟେକ୍ ସିମେଣ୍ଟ ଲିମିଟେଡ୍ରେ ଲାଗିଥିବା ୧୦ଟି ସୋଲାର ପ୍ଲେଟ ଚୋରି ଅଭିଯୋଗରେ ଲଇକେରା ପୁଲିସ ୩ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫମାନେ ହେଲେ ସାରସପାଲିର ସଞ୍ଜୟ ବୁଦୁଲା, ଚମ୍ପାପଡ଼ାର ଜତିନ ବାଗ ଓ ଅକ୍ଷୟ ବାଗ। ୧୭ ତାରିଖ ରାତିରେ ସୋଲାର ପ୍ଲେଟ୍ ଚୋରି ନେଇ କାରଖାନାର ସୁରକ୍ଷା ଅଧିକାରୀ ସୁଶାନ୍ତ ମହାପାତ୍ର ଲଇକେରା ଥାନାରେ ଅଭିଯୋଗ କରିଥିଲେ। ପୁଲସ ତଦନ୍ତ କରି ସଞ୍ଜୟ ବୁଦୁଲା ଘରୁ ଏହି ସୋଲାର ପ୍ଲେଟ୍ ଜବତ କରିଛି। ଏହାର ମୂଲ୍ୟ ୧ଲକ୍ଷ ୬୦ ହଜାର ବୋଲି ପୁଲିସ କହିଛି।
ସୋଲାର ପ୍ଲେଟ୍ ଚୋରି କରି ୩ ଗିରଫ
Advertisment
Follow Us