ରାମଚନ୍ଦ୍ରପୁର: ରାମଚନ୍ଦ୍ରପୁର ଥାନା ତରୁଆଁ ଗ୍ରାମର ତିନିଜଣ ଯୁବକ ସେହି ଗ୍ରାମର ପିଣ୍ଟୁ ପାତ୍ର (୨୯)ଙ୍କୁ ଫୋନ୍ରେ ଅଶ୍ଲିଳ ଭାଷାରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ। ଏନେଇ ଶ୍ରୀ ପାତ୍ର ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ରାମଚନ୍ଦ୍ରପୁର ପୁଲିସ ତରୁଆଁ ଗ୍ରାମରେ ଚଢ଼ଉ କରି ମନୋଜ ମାଝୀ, ଅମରେଶ ରାଉତ, ମାନସ ରଂଜନ ବେହେରାଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ଏନେଇ କେସ୍ ନମ୍ବର ୨୯୧/୨୨ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
Follow Us