Image Courtesy of NDTV
ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଝିତିରିଢୋଡ଼ା ଗ୍ରାମରେ ହୋଇଥିବା ଚୋରି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାନୁସାରେ, ଝିତିରିଢୋଡ଼ା ଗ୍ରାମର ତୁଳସୀ ତାଣ୍ଡିଙ୍କ ଫାର୍ମହାଉସ୍ରୁ ଗତ ୨୨ ତାରିଖ ଦିନ ଚୋରି ହୋଇଥିଲା। ଏନେଇ ଫାର୍ମହାଉସ୍ରେ କାମ କରୁଥିବା ପଦ୍ମିନୀ ତାଣ୍ଡି ୨୪ ତାରିଖ ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ପୁଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରି ଧରମ ସିଂ ପରାଭୋଇ (୨୨), ଭୋଜପୁରର ଅକ୍ଷୟ ସତନାମୀ (୨୬) ଏବଂ ବୋଡ଼େନ ବ୍ଲକ୍ ବିନୋପୁର ଗ୍ରାମର ତୁଳସୀରାମ ଲୁହାର (୨୩)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଚୋରି ସାମଗ୍ରୀ କିଣିଥିବା ଅଭିଯୋଗରେ ଅରୁଣ ମେହେର ଓ ମନୀଷ ସିଂଘଲଙ୍କ ନାମରେ ଚାର୍ଜସିଟ୍ କରାଯାଇ ନୋଟିସ୍ ଦିଆଯାଇଛି ବୋଲି ଆଇଆଇସି ଅନିରୁଦ୍ଧ ମୁଦୁଲି ପ୍ରକାଶ କରିଛନ୍ତି।
Follow Us