ଚର୍ଚ୍ଚାରେ ମହାପ୍ରଭୁଙ୍କ ବାହୁବଳୀ ସେବାୟତ: ନିଜର ସମସ୍ତ ବଳ ଲଗାଇ ଟାଣି ନେଉଛନ୍ତି ରଥ

ଚର୍ଚ୍ଚାରେ ମହାପ୍ରଭୁଙ୍କ ବାହୁବଳୀ ସେବାୟତ: ନିଜର ସମସ୍ତ ବଳ ଲଗାଇ ଟାଣି ନେଉଛନ୍ତି ରଥ

ପୁରୀ: ଚର୍ଚ୍ଚାରେ ମହାପ୍ରଭୁଙ୍କ ବାହୁବଳୀ ସେବାୟତ। ଦାମୋଦର ଗୋଛିକାର, ଲୋକନାଥ ମୁଦିରସ୍ତ ଓ ଅନୀଲ ଗୋଛିକାର। ଏହି ୩ ବାହୁବଳୀ ସେବାୟତଙ୍କ ଉପରେ ପଡ଼ିଥିଲା କ୍ୟାମେରା। ନିଜର ସମସ୍ତ ବଳ ଲଗାଇ ମହାପ୍ରଭୁଙ୍କ ରଥକୁ ଟାଣି ନେଉଥିଲେ ଏହି ସେବାୟତମାନେ। କଥାହେଲା, ଏଥର ମଧ୍ୟ ବିନା ଭକ୍ତରେ ରଥଯାତ୍ରା ହେଉଛି। ତେଣୁ ବଡ଼ଦାଣ୍ଡରେ କେବଳ ସେବାୟତ ରଥ ଟାଣୁଛନ୍ତି।

ନିର୍ଦ୍ଧାରିତ ସମୟ ପୂର୍ବରୁ ରଥଯାତ୍ରାର ସମସ୍ତ ନୀତିକାନ୍ତି ଆଗେଇ ଚାଲିଛି। ଆଉ ଶ୍ରୀଜିଉଙ୍କ ସେବାରେ ସମର୍ପିତ କରି ନିଜକୁ ଭାଗ୍ୟବାନ ମନେ କରୁଛନ୍ତି ଏହି ସେବାୟତମାନେ। ଭକ୍ତ ନଥିବାରୁ ମନରେ କ୍ଷୋଭ ରହିଛି। କାରଣ ଭକ୍ତର ଭାବରେ ବନ୍ଧା କାଳିଆ ଠାକୁର। ହେଲେ ନିଷ୍ଠାର ସହ ନିଜ ଦାୟିତ୍ୱ ସମ୍ପାଦନ କରୁଛନ୍ତି ସେବାୟତ। ଏହି ସେବାପାଇଁ ସେମାନେ ବର୍ଷତମାମ ନିଜକୁ ପ୍ରସ୍ତୁତ କରିଥାନ୍ତି। ପୁରୀରେ ଥିବା ସବୁ ଜାଗା ଆଖଡା ଗୁଡିକରେ ବର୍ଷସାରା ଚାଲେ ବ୍ୟାୟାମ ଓ କସରତ।

ପୂର୍ବରୁ ଯେତେବେଳେ ପୁଲିସ ଓ ପ୍ରଶାସନ ନଥିଲା ମହାପ୍ରଭୁ ଓ ଶ୍ରୀମନ୍ଦିରର ସୁରକ୍ଷା କରୁଥିଲେ ସେବାୟତ। ଆଉ ସେଥିପାଇଁ ପୁରୀରେ ଜାଗା ଆଖଡା ପରମ୍ପରା ରହିଆସିଛି। ହେଲେ ସାରା ବିଶ୍ୱକୁ ସୁରକ୍ଷା ଦେଉଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କି ସୁରକ୍ଷା ଦରକାର ବୋଲି କହିଛନ୍ତି ଏହି ବାହୁବଳୀ ସେବାୟତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe