କୋରେଇ : କୋରେଇ ଥାନା ସାଦକପୁର ପଞ୍ଚାୟତ କାଜିବସ୍ତିରେ ଅଗ୍ନିକାଣ୍ତ ଘଟି ସେକ୍ ଆଲ୍ଲାଉଦ୍ଦିନଙ୍କର ୩ ବଖରା ଚାଳଘର ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ତରେ ଆଲ୍ଲାଉଦ୍ଦିନ ନିଜ ଝିଅ ବାହାଘର ପାଇଁ ରଖିଥିବା ନଗଦ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ପୋଡ଼ି ପାଉଁଶ ହୋଇଯାଇଛି। ଘରେ ଥିବା ସମସ୍ତ ଆସବାବପତ୍ର ମଧ୍ୟ ପୋଡ଼ି ଯାଇଛି। ପରିବାର ଲୋକେ ଖାଉଥିବା ବେଳେ ହଠାତ୍ ଚାଳରେ ନିଆଁ ଲାଗିଯାଇଥିଲା। ପଡ଼ୋଶୀ ଦେଖିବା ପରେ ପାଟି କରିଥିଲେ। ପରେ ପରିବାର ଲୋକ ଜୀବନ ବଞ୍ଚାଇବାକୁ ଘର ବାହାରକୁ ଦୌଡ଼ି ଆସିଥିଲେ। ମାତ୍ର କୌଣସି ଜିନିଷ ଉଦ୍ଧାର ହୋଇପାରିନଥିଲା। ବୈତରଣୀରୋଡରୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବିଦ୍ୟୁତ୍ ସର୍ଟସର୍କିଟରୁ ନିଆଁ ଲାଗିଥାଇପାରେ ବୋଲି ସନ୍ଦେହ ପ୍ରକାଶ ପାଇଛି।
୩ ବଖରା ଜଳିଗଲା, ଟଙ୍କା ଓ ସୁନାଗହଣା ଭସ୍ମୀଭୂତ
Advertisment
Follow Us