୩ ବଙ୍ଗୀୟ ଗଞ୍ଜେଇ ଚାଲାଣକାରୀ ଗିରଫ: ଜଟଣୀରୁ ପଶ୍ଚିମବଙ୍ଗକୁ ଲମ୍ବିଛି ଚେର

୧୧୦୦ ଆଦିବାସୀଙ୍କ ନାଁରେ ୱାରେଣ୍ଟ : ଗିରଫ ଭୟରେ ଜଙ୍ଗଲରେ ଲୁଚିଛନ୍ତି

Image Courtesy of Times Now

ଜଟଣୀ: ଓଡ଼ିଶାରୁ ପଶ୍ଚିମବଙ୍ଗ ଗଞ୍ଜେଇ ଚାଲାଣ କରୁଥିବା ୩ ବଙ୍ଗୀୟ ବେପାରୀଙ୍କୁ ଖୋର୍ଦ୍ଧାରୋଡ୍ ରେଳଷ୍ଟେସନ୍‌ରୁ ଜିଆର୍‌ପି ଗିରଫ କରିଛି। ଆରପିଏଫ୍ ସହଯୋଗରେ ରେଳବାଇ ପୁଲିସ ଗିରଫ କରିଥିବା ଏହି ଚାଲାଣକାରୀମାନେ ହେଲେ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳର ମହମ୍ମଦ ୟୋନୁସ୍‌ (୧୯), ସେକ୍ ତାହାଜୁଲ (୨୩) ଓ ମହମ୍ମଦ ଜିୟାସୁଦ୍ଦିନ ମଣ୍ଡଳ(୨୬)। ଅଭିଯୁକ୍ତମାନେ ଜଟଣୀରୁ ଗଞ୍ଜେଇ କିଣି ପଶ୍ଚିମବଙ୍ଗ ଚାଲାଣ କରୁଥିବା ଜଣାପଡ଼ିଛି। ସେମାନେ ଜଟଣୀର ଚୋରାଆଡ୍ଡା ବାବଦରେ ସୂଚନା ଦେଇଥିବା ଚର୍ଚ୍ଚା ହେଉଛି।

ପୁଲିସ ସୂଚନାନୁସାରେ, ୩ ଅଭିଯୁକ୍ତ ୩ ଟି ବସ୍ତା ଧରି ଖୋର୍ଦ୍ଧାରୋଡ୍ ରେଳଷ୍ଟେସନ୍‌ର ୧ନମ୍ବର ପ୍ଲାଟ୍‌ଫର୍ମରେ ଟ୍ରେନ୍‌କୁ ଅପେକ୍ଷା କରିଥିଲେ। ସେମାନେ ବେଙ୍ଗାଲୁରୁ -ହାୱଡ଼ା ଟ୍ରେନ୍‌ରେ ଯିବାର ଥିଲା। ସେମାନଙ୍କ ଗତିବିଧି ଉପରେ ସନ୍ଦେହ କରି ଆରପିଏଫ୍ କର୍ମଚାରୀମାନେ ଉକ୍ତ ବସ୍ତା ୩ଟିକୁ ଯାଞ୍ଚ କରିଥିଲେ। ସେଥିରେ ଗଞ୍ଜେଇ ଥିବା ଜାଣିବା ପରେ ସେମାନେ ତୁରନ୍ତ ରେଳବାଇ ପୁଲିସକୁ ଜଣାଇଥିଲେ। ରେଳବାଇ ପୁଲିସ ସେମାନଙ୍କୁ ଥାନାକୁ ନେଇ ପଚରାଉଚରା କରିବା ପରେ ଜଟଣୀ ଚୋରା ଆଡ୍ଡା ବାବଦରେ ସୂଚନା ମିଳିଥିଲା। ତେବେ ସେମାନେ ଜଟଣୀ ମାଫିଆ ଓ ତା’ର ଅସଲ ଗୋଦାମର ତଥ୍ୟ ପୁଲିସକୁ ଦେଇନାହାନ୍ତି। ଜଟଣୀ ସୀତାରାମ ଛକ ବ୍ରିଜ୍‌ ତଳେ ଜଣେ ବେପାରୀ ସେମାନଙ୍କୁ ମାଲ୍‌ ଦେଇଥିଲା ବୋଲି ସେମାନେ ପୁଲିସକୁ କହିଥିବା ସୂଚନା ମିଳିଛି। ସେମାନେ ପଶ୍ଚିମବଙ୍ଗ ଦେଇ ସେଠାରୁ ଗଞ୍ଜେଇ ଦିଲ୍ଲୀକୁ ଚାଲାଣ କରୁଥିବା କହିଛନ୍ତି। ଓଡ଼ିଶାରୁ କିଲୋ ପିଛା ୫/୬ ହଜାର ଟଙ୍କାରେ କିଣି ଦିଲ୍ଲୀରେ ୩୦/୩୫ ହଜାର ଟଙ୍କାରେ ବିକୁଥିବା ସେମାନେ ସ୍ବୀକାର କରିଛନ୍ତି। ଏହି ରୢାକେଟ୍‌ ପଛରେ ବଡ଼ବଡ଼ ମାଫିଆଙ୍କ ହାତ ଥିବା ବେଳେ ୟୋନୁସ୍‌ ଓ ତାହାଜୁଲ୍‌ ଭଳି ନୂଆ ପିଲାମାନଙ୍କୁ ଅର୍ଥ ଲୋଭ ଦେଖାଇ ଏହି ଚୋରା ଚାଲାଣରେ ସାମିଲ୍‌ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe