ଭୁବନେଶ୍ବର: ବାଘୁଣୀ  ଜିନତର ସ୍ବାସ୍ଥ୍ୟାବସ୍ଥା ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ସୂଚନା ପ୍ରଦାନ କରିଛନ୍ତି । ମନ୍ତ୍ରୀ କହିଛନ୍ତି, ଜିନତ ଏବେ ଶିମିଳିପାଳ ଏନ୍‌କ୍ଲୋଜରରେ ଅଛି । ଜିନତ ବର୍ତ୍ତମାନ ସୁସ୍ଥ ଅଛି । ଜଳକ୍ରୀଡ଼ା କରୁଛି । ସ୍ବାଭାବିକ ଭାବେ ଖାଦ୍ୟ ଖାଉଛି।  

Advertisment

ସେ ଚହଲା ଏନ୍‌କ୍ଲୋଜରରେ ଅଛି । ତାକୁ ଶିମିଳିପାଳର ଦକ୍ଷିଣ ଭାଗରେ ଛଡ଼ାଯିବ । ଯମୁନା ମଧ୍ୟ ସେଠାରେ ରହୁଛି । 

ଅଧିକ ପଢ଼ନ୍ତୁ: ରାଜଧାନୀ ରାଜରାସ୍ତାରୁ ହଟିବେ ବୁଲା ଗାଈଗୋରୁ: ମନ୍ତ୍ରୀ

ଖୁବ୍‌ଶୀଘ୍ର ଆଉ ୩ ମହାବଳ ବାଘ ଓଡ଼ିଶା ଆସିବେ। ଏନେଇ ଆଲୋଚନା ଜାରି ରହିଥିବା ମନ୍ତ୍ରୀ କହିଛନ୍ତି।  ସେମାନଙ୍କୁ ଦେବ୍ରିଗଡ଼ ଅଭୟାରଣ୍ୟରେ ଛଡ଼ାଯିବ। ୫ ମହାବଳ ବାଘ ଭିତରୁ ଯମୁନା ଓ ଜିନତ ଆସି ସାରିଛନ୍ତି ।  

ଏଦୁଇ ମହାବଳ ବାଘ ପରିବେଶ ସହିତ ସମ୍ପୂର୍ଣ୍ଣ  ଭାବେ ଖାପ ଖୁଆଇଲା ପରେ ପରବର୍ତ୍ତି ସମୟରେ ୩ ମହାବଳ ବାଘ ଆଣିବାକୁ ସରକାର ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ କହିଛନ୍ତି । 

ଅଧିକ ପଢ଼ନ୍ତୁ: ସ୍ୱାମୀର ତୀରମାଡରେ ସ୍ତ୍ରୀ ମୃତ: ପରକିଆ ପ୍ରୀତି ସନ୍ଦେହ