ବସ୍‌ ଧକ୍କାରେ ୩ ବାଇକ୍‌ ଆରୋହୀ ମୃତ

Advertisment

ମାଲକାନଗିରି ନିକଟସ୍ଥ ଏମ୍‌ଭି-୭ ଗାଁ ନିକଟରେ ଆଜି ସଂଧ୍ୟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍‌ ଧକ୍କାରେ ଘଟଣାସ୍ଥଳରେ ୩ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଏମ୍‌ଭି-୮୬ର ପ୍ରତାପ ବିଶ୍ବାସ...

ମାଲକାନଗିରି ନିକଟସ୍ଥ ଏମ୍‌ଭି-୭ ଗାଁ ନିକଟରେ ଆଜି ସଂଧ୍ୟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍‌ ଧକ୍କାରେ ଘଟଣାସ୍ଥଳରେ ୩ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଏମ୍‌ଭି-୮୬ର ପ୍ରତାପ ବିଶ୍ବାସ...

dgddgdg

ମାଲକାନଗିରି: ମାଲକାନଗିରି ନିକଟସ୍ଥ ଏମ୍‌ଭି-୭ ଗାଁ ନିକଟରେ ଆଜି ସଂଧ୍ୟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍‌ ଧକ୍କାରେ ଘଟଣାସ୍ଥଳରେ ୩ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଏମ୍‌ଭି-୮୬ର ପ୍ରତାପ ବିଶ୍ବାସ, ଗୁଡ଼ୁ ବିଶ୍ବାସ ଓ କରଣ ସେନ। ଖବର ପାଇ ମାଲକାନଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ମାଲକାନଗିରିରୁ ପଡ଼ିଆ ଚଳାଚଳ କରୁଥିବା ଓଏସ୍‌ଆରଟିସି ବସ୍‌ (ଓଡି-୩୦-୪୯୦୯) ସଂଧ୍ୟା ପ୍ରାୟ ୬ଟାରେ ତମସା ନଦୀ ଅତିକ୍ରମ କରୁଥିଲା। ଗୋଟିଏ ବୁଲାଣିରେ ବିପରୀତ ଦିଗରୁ ଆସୁଥିବ‌ା ଗୋଟିଏ ବାଇକ୍‌କୁ ଏହା ଜୋର୍‌ରେ ଧକ୍କା ଦେବା ସହ କିଛି ଦୂର ପର୍ଯ୍ୟନ୍ତ ଘୋଷାରି ନେଇଥିଲା। ଯାହାଫଳରେ ୩ ବାଇକ୍‌ ଆରୋହୀ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। 

ଦୁର୍ଘଟଣା ପରେ ଲୋକଙ୍କ ଭିଡ଼ ହେବାରୁ ବସ୍‌ ଚାଳକ ସେଠାରୁ ଫେରାର ହୋଇଯାଇଥିଲା। ପୁଲିସକୁ ଖବର ଦିଆଯିବାରୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଫେରାର ଡ୍ରାଇଭରଙ୍କ ସନ୍ଧାନ ଚାଲିଥିବା ପୁଲିସ କହିଛି। ସୂଚନାଯୋଗ୍ୟ, ଏମ୍‌ଭି-୭ ଏବଂ ମାଲକାନଗିରି ମଧ୍ୟରେ ଉକ୍ତ ବୁଲାଣିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଉକ୍ତ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କରିବା ସହ ଗାଡ଼ିର ବେଗ କମାଇବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe