ଦିନକରେ ବାପ-ପୁଅଙ୍କ ସମେତ ୩ ବିଜେପି କର୍ମୀ ମୃତ

Advertisment
୪୮ ଘଣ୍ଟା ରାଜପଥ କଡ଼ରେ ପଡ଼ି ରହିଲା ମୃତଦେହ, ସତ୍କାର କଲା ଦିବ୍ୟାଙ୍ଗ ନାତି

VectorStock

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ଗୋଟିଏ ଦିନରେ ୩ ଜଣ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ମୃତକମାନେ ‌ହେଲେ କୋମନା ବ୍ଲକ୍‌ କାଣ୍ଡେତରା ଗାଁର ବରିଷ୍ଠ ବିଜେପି ନେତା ଚୌକ ଦାସ (୫୫ବର୍ଷ), ନୂଆପଡ଼ା ବ୍ଲକ୍‌ ପରକୋଡ଼ ଗ୍ରାମର ବରିଷ୍ଠ ବିଜେପି ନେତା ଧନରାଜ ମହାନନ୍ଦ(୬୦ବର୍ଷ) ଓ ତାଙ୍କ ପୁଅ ବିଜେପି କର୍ମୀ ଅବଦ ମହାନନ୍ଦ (୩୮ବର୍ଷ)। କେଉଁ କାରଣରୁ ଏମାନଙ୍କ ମୃତ୍ୟୁ ଘଟିଛି ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ।

ପରିବାର ଲୋକଙ୍କ କହିବା ଅନୁସାରେ, କିଛି ଦିନ ହେବ ଧନରାଜ ଓ ତାଙ୍କ ପୁଅ ଅବଦଙ୍କ ଦେହ ଅସୁସ୍ଥ ଥିଲା। ଚିକିତ୍ସା ପାଇଁ ସେମାନଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଧନରାଜଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ସେହିପରି ଅବଦଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ନିଆଯାଉଥିଲା। ହେଲେ ବାଟରେ ତାଙ୍କ ମୃତ୍ୟୁ ହୋଇଥିଲା। ଚୌକ ଦାସ ଜଣ୍ଡିସ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଏହି ତିନିଜଣଙ୍କ ମୃତ୍ୟୁ ନୂଆପଡ଼ା ବିଜେପି ପାଇଁ ଏକ ବଡ଼ କ୍ଷତି ବୋଲି ଦଳୀୟ କର୍ମୀ ମହଲରେ ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe