ବଡ଼ଦାଣ୍ଡରେ ଗଡ଼ିଲା ରଥ, ତିନି ରଥଟଣା ଆରମ୍ଭ

Advertisment
ବଡ଼ଦାଣ୍ଡରେ ଗଡ଼ିଲା ରଥ, ତିନି ରଥଟଣା ଆରମ୍ଭ

ପୁରୀ: ତିନି ଠାକୁରଙ୍କ ରଥରେ ଛେରାପହଁରା ନୀତି ସରିବା ପରେ କରୋନା କଟକଣା ଭିତରେ ଆରମ୍ଭ ହୋଇଛି ମହାବାହୁଙ୍କ ରଥଟଣା। ବିଶ୍ୱରେ କରୋନା ମହାମାରୀ ଭିତରେ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଥିବା ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଆଜି ହେଉଛି ବାହୁଡ଼ାଯାତ୍ରା। ନବଦିନାତ୍ମକ ଲୀଳା ଖେଳା ସାରି ଜନ୍ମବେଦୀରୁ ପୁଣି ଆଜି ରତ୍ନବେଦୀକୁ ଫେରିଯିବେ କାଳିଆ ଗୋସାଇଁ।

ପରମ୍ପରା ଅନୁସାରେ, ପ୍ରଥମେ ଆରମ୍ଭ ହୋଇଛି ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥଟଣା। ଏହି ରଥକୁ ସେବାୟତମାନେ ଟାଣି ନେଉଛନ୍ତି ନୀଳକନ୍ଦରକୁ। ତାପରେ ସୁଭଦ୍ରାଙ୍କ ରଥଟଣା ହୋଇଛି। ଏବେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣା ଆରମ୍ଭ ହୋଇଛି। ଗୁଣ୍ଡିଚା ମନ୍ଦିରରୁ ଏହି ରଥଟଣା ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe