୧୫ ଡିଗ୍ରି ତଳେ ୩ ସହର

Advertisment

ଓଡ଼ିଶାରେ ପାରଦ ଖସିବାରେ ଲାଗିଛି। ଗତକାଲି ରାତିରେ କୋରାପୁଟ ଜିଲ୍ଲାର ସେମିଳିଗୁଡ଼ାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୨.୨ ଡିଗ୍ରି ରେକର୍ଡ କରାଯାଇଛି। ଏହାବ୍ୟତୀତ ଜି. ଉଦୟଗିରିରେ ୧୪.୪, ଦାରିଙ୍ଗବାଡ଼ିରେ ୧୪.୫, ଫୁଲବାଣୀରେ ୧୬.୫, ଭବାନୀପାଟଣାରେ ୧୬.୬, ନବରଙ୍ଗପୁରରେ ୧୭.୨, ଅନୁଗୁଳରେ...

ପହିଲାରୁ ବଢ଼ିବ ଶୀତ, ୨° ଖସିବ ପାରଦ

ଭୁବନେଶ୍ବର: ଓଡ଼ିଶାରେ ପାରଦ ଖସିବାରେ ଲାଗିଛି। ଗତକାଲି ରାତିରେ କୋରାପୁଟ ଜିଲ୍ଲାର ସେମିଳିଗୁଡ଼ାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୨.୨ ଡିଗ୍ରି ରେକର୍ଡ କରାଯାଇଛି। ଏହାବ୍ୟତୀତ ଜି. ଉଦୟଗିରିରେ ୧୪.୪, ଦାରିଙ୍ଗବାଡ଼ିରେ ୧୪.୫, ଫୁଲବାଣୀରେ ୧୬.୫, ଭବାନୀପାଟଣାରେ ୧୬.୬, ନବରଙ୍ଗପୁରରେ ୧୭.୨, ଅନୁଗୁଳରେ ୧୭.୬ଡିଗ୍ରି ରହିଥିଲା। 

ଉପକୂଳ ଓଡ଼ିଶାରେ ରାତିର ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଛି। ବାଲେଶ୍ବର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ, ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ସମୟରେ ‌ତାପମାତ୍ରା ଯେତିକି ରହିବା କଥା ତା’ଠାରୁ ଅଧିକ ରେକର୍ଡ ହୋଇଛି। ପଶ୍ଚିମ ଓଡ଼ିଶାର ଦେବଗଡ଼, ନୂଆପଡ଼ା, ବରଗଡ଼, ବୌଦ୍ଧ ଜିଲ୍ଲାରେ ମଧ୍ୟ ଅନୁରୂପ ସ୍ଥିତି ଉପୁଜିଛି। ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe