ରାଉରକେଲାର ୩ଟି ଅଞ୍ଚଳରୁ କୋଭିଡ୍ କଣ୍ଟେନମେଣ୍ଟ ହଟିଲା

Advertisment
ରାଉରକେଲାର ୩ଟି ଅଞ୍ଚଳରୁ କୋଭିଡ୍ କଣ୍ଟେନମେଣ୍ଟ ହଟିଲା

india.com

ରାଉରକେଲା: କୋଭିଡ୍ ସଂକ୍ରମଣ ଉପରେ ରୋକ୍ ଲଗାଇବାକୁ ରାଉରକେଲା ମହାନଗର ନିଗମର ବିଭିନ୍ନ ଅଞ୍ଚଳକୁ ଆବଶ୍ୟକସ୍ଥଳେ ମାଇକ୍ରୋ କଣ୍ଟେନମେଣ୍ଟ ଭାବେ ଘୋଷଣା କରାଯାଉଛି। ଗତ କିଛିଦିନ ତଳେ କଣ୍ଟେନମେଣ୍ଟ ଲାଗୁ ହୋଇଥିବା ସେକ୍ଟର ୧୭, ସେକ୍ଟର-୬ ଏବଂ ଛେଣ୍ଡସ୍ଥିତ ଏଲସିଆର କ୍ଵାର୍ଟର ଅଞ୍ଚଳରେ ହୋଇଥିବା ୩ଟି କଣ୍ଟେନମେଣ୍ଟ ଆଦେଶ ପ୍ରତ୍ୟାହାର କରି ନିଆଯାଇଛି।
ମେ’୧୫ ତାରିଖରେ ଏ ବାବଦରେ ମହାନଗର ନିଗମ କମିସନର ନିର୍ଦ୍ଦେଶ ଜାରି କରିଛନ୍ତି। ଫଳରେ ସଂପୃକ୍ତ ଅଞ୍ଚଳରେ କଣ୍ଟେନମେଣ୍ଟ କଟକଣା ହଟିଯାଇଛି। ତେବେ କୋଭିଡ୍ ପରିସ୍ଥିତିକୁ ଆଖିରେ ରଖି ଏବଂ ଲକଡାଉନ ନିୟମ ଦୃଷ୍ଟିରୁ ଲୋକମାନେ ଘରେ ରହିବା ସହ କୋଭିଡ୍ ପ୍ରୋଟୋକଲ ପାଳନ କରିବାକୁ କମିସନର ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe