କ୍ରିକେଟ୍‌ ବେଟିଂରେ ୩ କୋଟି ସରକାରୀ ଅର୍ଥ ସ୍ବାହା: ପିଇଓଙ୍କୁ ବାନ୍ଧିଲା ଭିଜିଲାନ୍ସ

Advertisment

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ର ପୋଡ଼ାପଦର ଓ ତଲନାଗି ପଞ୍ଚାୟତର ବିଭିନ୍ନ ଯୋଜନାର ୩ କୋଟିରୁ ଅଧିକ ଟଙ୍କା ଆତ୍ମସାତ କରି କ୍ରିକେଟ୍‌ ବେଟିଂରେ ବିନିଯୋଗ କରିଥିବା ଅଭିଯୋଗରେ ପଞ୍ଚାୟତ....

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ର ପୋଡ଼ାପଦର ଓ ତଲନାଗି ପଞ୍ଚାୟତର ବିଭିନ୍ନ ଯୋଜନାର ୩ କୋଟିରୁ ଅଧିକ ଟଙ୍କା ଆତ୍ମସାତ କରି କ୍ରିକେଟ୍‌ ବେଟିଂରେ ବିନିଯୋଗ କରିଥିବା ଅଭିଯୋଗରେ ପଞ୍ଚାୟତ....

sdsddscxc

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ର ପୋଡ଼ାପଦର ଓ ତଲନାଗି ପଞ୍ଚାୟତର ବିଭିନ୍ନ ଯୋଜନାର ୩ କୋଟିରୁ ଅଧିକ ଟଙ୍କା ଆତ୍ମସାତ କରି କ୍ରିକେଟ୍‌ ବେଟିଂରେ ବିନିଯୋଗ କରିଥିବା ଅଭିଯୋଗରେ ପଞ୍ଚାୟତ ପିଇଓ ଦେବାନନ୍ଦ ସାଗରଙ୍କୁ ଶନିବାର ଭିଜିଲାନ୍ସ ଗିରଫ କରିଛି।  
ଅଭିଯୁକ୍ତ ଦେବାନନ୍ଦ ତଲନାଗି ପଞ୍ଚାୟତରୁ ୧ କୋଟି ୭୧ ଲକ୍ଷ ୬୪ ହଜାର ୩୪୨ ଟଙ୍କା ଓ ପୋଡ଼ାପଦର ପଞ୍ଚାୟତରୁ ୧ କୋଟି ୫୫ ଲକ୍ଷ ୭୫୮ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଥିଲା। ଏହି ୨ଟି ପଞ୍ଚାୟତର ୧୫ତମ ସିଏଫ୍‌ସି ଓ ପଞ୍ଚମ ଏସ୍‌ଏଫ୍‌ସି ଆକାଉଣ୍ଟରେ ୩ କୋଟି ୨୬ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଦେବାନନ୍ଦଙ୍କୁ ପଞ୍ଚାୟତରାଜ ବିଭାଗ ନିଲମ୍ବନ କରିଥିଲା। କ୍ଷମତାର ଦୁରୁପଯୋଗ କରି ଚେକ୍‌ ମାଧ୍ୟମରେ ଓ ଅନ୍‌ଲାଇନ୍‌ ଟ୍ରାନ୍ସଫର ମାଧ୍ୟମରେ ଟଙ୍କା ଉଠାଣ ହୋଇଛି। ସରପଞ୍ଚଙ୍କ ଦସ୍ତଖତ ଜାଲିଆତି କରି ଅଭିଯୁକ୍ତ ତାଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଛନ୍ତି।

ଏହି ୨ଟି ଘଟଣାରେ କୋରାପୁଟ ଭିଜିଲାନ୍ସ ପକ୍ଷରୁ ୨ଟି ପୃଥକ ମାମଲା ରୁଜୁ ‌ହୋଇଥିଲା। ଆଜି ଭିଜିଲାନ୍ସ ଦେବାନନ୍ଦଙ୍କୁ ଗିରଫ କରି ଭବାନୀପାଟଣାସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରିଛି। କ୍ରିକେଟ୍‌ ବେଟିଂ ପାଇଁ ଦେବାନନ୍ଦ ସରକାରୀ ଟଙ୍କା ଆତ୍ମସାତ କରିଥିବା ଭିଜିଲାନ୍ସ ପ୍ରାରମ୍ଭିକ ତଦନ୍ତରୁ ଜାଣିବାକୁ ପାଇଛି। ୨୦୧୬ ମସିହା ଜୁଲାଇ ୪ ତାରିଖରେ ଦେବାନନ୍ଦ ଥୁଆମୂଳ ରାମପୁର ବ୍ଲକ୍‌ର ତଲନାଗି ପଞ୍ଚାୟତର ନିର୍ବାହୀ ଅଧିକାରୀ ଭାବରେ କାର୍ଯ୍ୟରେ ଯୋଗ ଦେଇଥିଲେ। ଏହାସହିତ ସେ ପୋଡ଼ାପଦର ପଞ୍ଚାୟତର ନିର୍ବାହୀ ଅଧିକାରୀ ଭାବେ ମଧ୍ୟ ଦାୟିତ୍ବ ନେଇଥିଲେ। ୨୦୨୩ ମସିହାରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ନାମରେ ୧ କୋଟି ୪ ଲକ୍ଷ ଟଙ୍କାର ଅର୍ଥ ହେରଫେର ଅଭିଯୋଗରେ ମାମଲା ରୁଜୁ ହୋଇଥିଲା। ଲାଞ୍ଜିଗଡ଼ ବ୍ଲକ୍‌ର ବଡ଼ଛତ୍ରଂ, ବରି‌କୋଟ ଓ ପାହାଡ଼ପଦର ପଞ୍ଚାୟତରେ ଟଙ୍କା ହଡ଼ପ ଅଭିଯୋଗରେ ସେ ନିଲମ୍ବିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe