ଯୁକ୍ତ ୩ କଟ୍‌ଅଫ୍‌ ମାର୍କ; ଏନ୍‌ସି କଲେଜ ଆଗରେ

Advertisment
ଯୁକ୍ତ ୩ କଟ୍‌ଅଫ୍‌ ମାର୍କ; ଏନ୍‌ସି କଲେଜ ଆଗରେ

Justdial

ଯାଜପରସଦର : ଆଜି ଯୁକ୍ତ ତିନି ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ପ୍ରକାଶ ପାଇଛି। ଯାଜପୁରର ପ୍ରଥମ ପସନ୍ଦ ନରସିଂହ ଚୌଧୁରୀ ମହାବିଦ୍ୟାଳୟରେ କଳା ବିଭାଗ ଇଂରାଜୀରେ କଟ ଅଫ୍ ମାର୍କ ୭୭.୬୭, ଇତିହାସରେ ୭୦, ଓଡ଼ିଆରେ ୮୦.୬୭, ରାଜନୀତି ବିଜ୍ଞାନରେ ୮୪.୬୭, ଦର୍ଶନଶାସ୍ତ୍ରରେ ୬୭.୫୦, ସଂସ୍କୃତରେ ୭୩.୬୭, ସୋସିଓଲୋଜିରେ ୭୫ ଓ ଅର୍ତନୀତିରେ କଟଅଫ୍ ମାର୍କ ୮୪.୩୩ % ରହିଛି। ସେହିପରି ବିଜ୍ଞାନର କଟଅଫ ମାର୍କ ବି ଜିଲ୍ଲାରେ ଆଗରେ ରହିଛି। ଉଭିଦ ବିଜ୍ଞାନରେ ୮୦.୮୩%, ପ୍ରାଣୀ ବିଜ୍ଞାନରେ ୮୫.୩୩, ପଦାର୍ଥ ବିଜ୍ଞାନରେ ୮୭, ରସାୟନ ବିଜ୍ଞାନରେ ୮୪.୮୩ ଓ ଗଣିତ ସମ୍ମାନରେ ୮୨.୩୩ % ରହିଛି। ଏନ୍‌ସି କଲେଜର ବାଣିଜ୍ୟ ବିଭାଗରେ କଟଅଫ୍ ମାର୍କ ୭୦ ପ୍ରତିଶତ ରହିଛି ।

ସେହିପରି ଜିଲ୍ଲାର ଦ୍ୱିତୀୟ ପ୍ରମୁଖ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ କଳା ଇଂରାଜୀରେ ୮୦, ଇତିହାସରେ ୬୬.୫୦, ଓଡ଼ିଆରେ ୭୮.୧୭, ରାଜନୀତି ବିଜ୍ଞାନରେ ୮୧.୧୭, ଦର୍ଶନଶାସ୍ତ୍ରରେ ୫୮.୬୭, ସଂସ୍କୃତରେ ୬୪.୫୦, ସୋସିଓଲୋଜିରେ ୭୧, ଅର୍ଥନୀତିରେ ୮୦% ପ୍ରତିଶତ କଟଅଫ୍ ମାର୍କ ରହିଛି। ବିଜ୍ଞାନ ବିଭାଗ ଉଦ୍ଭିଦ ବିଜ୍ଞାନରେ ୭୭%, ପ୍ରାଣୀ ବିଜ୍ଞାନରେ ୮୨.୬୭, ପଦାର୍ଥ ବିଜ୍ଞାନରେ ୮୩.୫୦, ରସାୟନ ବିଜ୍ଞାନରେ ୮୦.୬୭ ଓ ଗଣିତରେ ୮୦% ରହିଛି। ବାଣିଜ୍ୟରେ କଟଅଫ୍ ମାର୍କ ୬୫.୫୦ ପ୍ରତିଶତ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe