ଡକାୟତି ଯୋଜନା କରୁଥିବା ୩ କୁଖ୍ୟାତ ଅପରାଧୀଙ୍କୁ ଧରିଲା ଢେଙ୍କାନାଳ ପୁଲିସ

Advertisment
ଡକାୟତି ଯୋଜନା କରୁଥିବା ୩ କୁଖ୍ୟାତ ଅପରାଧୀଙ୍କୁ ଧରିଲା ଢେଙ୍କାନାଳ ପୁଲିସ

ଢେଙ୍କାନାଳ: ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଦକ୍ଷିଣକାଳୀ ସ୍ଥିତ ଏକ ଆମ୍ବତୋଟାରୁ ଗତକାଲି ରାତିରେ ପୁଲିସ ୩ ଜଣ କୁଖ୍ୟାତ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି। ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦେଶକ୍ରମେ ଟାଉନ ଥାନା ଅଧିକାରୀ ଏକ ତିନିଜଣିଆ ଅନ୍ତଜିଲ୍ଲା ଡକାୟତ ଦଳ ଲୁଟ କରିବା ଉଦେଶ୍ୟରେ ମସୁଧା କରୁଥିବା ବେଳେ ସେମାନଙ୍କୁ ଗିରଫ କରିଥିଲେ। ଏଥିସହ ସେମାନଙ୍କଠାରୁ ଏକ ମାଉଜ଼ାର ଗୋଟିଏ ଜୀବନ୍ତ ଗୁଳି ଏବଂ ଗୋଟିଏ କାର, ତିନି ହଜାର ଟଙ୍କା,  ୫ଟି ମୋବାଇଲ, ତିନୋଟି ଲୁହାଛଡ଼ ଓ ଦୁଇଟି ଠେଙ୍ଗା ଜବତ କରିଛନ୍ତି।

publive-image

ସେମାନେ ସମୁଦାୟ ଛଜଣ ଥିବା ବେଳେ ତିନି ଜଣଙ୍କୁ ଗିରଫ କରିଛି ପୁଲିସ। ଆଉ ତିନି ଜଣ ଫେରାର ହୋଇଯାଇ ଟାଉନ ଥାନା ଅଧିକାରୀ ରାଜେନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ଗିରଫ ତିନି ଅପରାଧୀ ହେଲେ ହେଲେ କଟକର ଦିପୁ ଓରଫ ସନ୍ତୋଷ ଦାସ, ମହମଦ ରହିମ ଏବଂ  ଜଗତସିଂହପୁରର ପୋଟଳ ଓରଫ ଏସ କେ ୱାହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe