ଭୁବନେଶ୍ୱର: ପ୍ରଶିକ୍ଷଣପୂର୍ବ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ସୁସ୍ଥତାକୁ ଅନ୍ତର୍ଭୁକ୍ତ କରିବା ପାଇଁ ୟୁନେସ୍କୋର ଦକ୍ଷିଣ ଏସୀୟ ଆଞ୍ଚଳିକ କାର୍ଯ୍ୟାଳୟ ଓ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଆର୍.ଆଇ.ଇ), ଭୁବନେଶ୍ୱରର ସହଯୋଗରେ ତିନିଦିନିଆ କର୍ମଶାଳା ଆଜିଠାରୁ ଆରମ୍ଭ ହୋଇଛି ।
ଅକ୍ଟୋବର ୩୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କର୍ମଶାଳାରେ ରାଜ୍ୟର ୧୪ଟି ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ପ୍ରତିନିଧିମାନେ ଓ ଅନ୍ୟ ରାଜ୍ୟରୁ ଆସିଥିବା ଶିକ୍ଷା ବିଶାରଦ, ପାଠ୍ୟଖସଡ଼ା ବିଶେଷଜ୍ଞମାନେ ଯୋଗଦେଇଛନ୍ତି ।

Advertisment

ଆର୍.ଆଇ.ଇ ଭୁବନେଶ୍ୱରର ଅଧ୍ୟକ୍ଷା ପ୍ରଫେସର ମାନସୀ ଗୋସ୍ୱାମୀ କର୍ମଶାଳାର ଉଦ୍ଘାଟନ କରି ୟୁନେସ୍କୋର ନିରବଚ୍ଛିନ୍ନ ସହଯୋଗକୁ ସ୍ୱାଗତ କରିଛନ୍ତି । ସେ କହିଥିଲେ, “ଶିକ୍ଷକମାନଙ୍କୁ ସ୍ୱସ୍ଥ, ସମାନତାମୂଳକ ଓ ସୁରକ୍ଷିତ ଶିକ୍ଷା ପରିବେଶ ସୃଷ୍ଟିରେ ଦକ୍ଷ କରିବା ଏହି ପଦକ୍ଷେପର ପ୍ରାଧାନ୍ୟ ଲକ୍ଷ୍ୟ ।”

ୟୁନେସ୍କୋର ଜାତୀୟ କାର୍ଯ୍ୟକ୍ରମ ଅଧିକାରୀ (ଶିକ୍ଷା) ସୁଶ୍ରୀ ସରିତା ଯାଦବ କହିଛନ୍ତି ଯେ, ସ୍ୱାସ୍ଥ୍ୟ ଓ ଜନକଲ୍ୟାଣ ବର୍ତ୍ତମାନ ଗୁଣାତ୍ମକ ଶିକ୍ଷା ପାଇଁ ବାଧ୍ୟତାମୂଳକ ଅଂଶ । ୟୁନେସ୍କୋ ଓ ଆର୍.ଆଇ.ଇ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ଆଧାରରେ ଆୟୋଜିତ ଏହି କର୍ମଶାଳା ଜାତୀୟ ଶିକ୍ଷାନୀତି ୨୦୨୦ର ଲକ୍ଷ୍ୟକୁ ଅଗ୍ରସର କରିବ ।

ଆହୁରି ପଢନ୍ତୁ-

1999 Super Cyclone and Media: ମହାବାତ୍ୟାର କରାଳ ବିସ୍ମୃତି... ୨୬ ବର୍ଷ ତଳେ କେମିତି ଥିଲା ମିଡ଼ିଆ ଓ ପାଣିପାଗ ବିଭାଗର ସ୍ଥିତି ? ସାମ୍ବାଦିକ ବଖାଣିଲେ ଅନୁଭୂତି

ଏହି ଅବସରରେ ଏନ୍‌.ସି.ଇ.ଆର୍‌.ଟିର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର ହୃଷୀକେଶ ସେନାପତି, ପ୍ରଫେସର ଲକ୍ଷ୍ମୀଧର ବେହେରା, ପ୍ରଫେସର ରୀତାଞ୍ଜଳି ଦାଶ, ପ୍ରଫେସର ସରୋଜ ବାଳା ଯାଦବ ଓ ୟୁନେସ୍କୋର ସହଯୋଗୀ କାର୍ଯ୍ୟକ୍ରମ ଅଧିକାରୀ ପ୍ରଶାନ୍ତ ଯାଦବ ଉପସ୍ଥିତ ଥିଲେ । ସୁସ୍ଥ ଜୀବନ, ଗୁଣାତ୍ମକ ଶିକ୍ଷା ଓ ଲିଙ୍ଗ ସମାନତାକୁ ପ୍ରୋତ୍ସାହିତ କରିବା ଏହି କର୍ମଶାଳାର ମୂଳ ଲକ୍ଷ୍ୟ ରହିଛି ।

ଆହୁରି ପଢନ୍ତୁ-

Use of AADHAAR: ଆଧାର ପରିଚୟ ପ୍ରମାଣିତ କରେ ନାଗରିକତା ନୁହେଁ:UIDAI ନିୟମ କ'ଣ କୁହେ?