ଓଲଟିଲା ସ୍କୁଲ୍‌ ବସ୍ : ୩ ମୃତ, ୨୩ ଆହତ

Advertisment
ଓଲଟିଲା ସ୍କୁଲ୍‌ ବସ୍ : ୩ ମୃତ, ୨୩ ଆହତ

ଝରିଗାଁ/ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ସ୍କୁଲ ବସ୍ ଓଲଟି ପଡ଼ିବାରୁ ୩ ଜଣ ପ୍ରାଣ ହରାଇଛନ୍ତି ଏବଂ ୨୩ ଜଣ ଆହତ ହୋଇଛନ୍ତି। ବସ୍‌ରେ ଛାତ୍ରଛାତ୍ରୀଙ୍କ ସମେତ ମୋଟ ୩୫ ଜଣ ଯାତ୍ରୀ ଥିଲେ। ମୃତକମାନେ ହେଲେ ନବରଙ୍ଗପୁରର ବିଶିଷ୍ଟ ସାହିତ୍ୟିକ ତଥା ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକ ଲଳିତ ମୋହନ ପଟ୍ଟନାୟକ (୭୧), ଉମରକୋଟ ବିବେକାନନ୍ଦ ବିଦ୍ୟାଳୟର ଶିକ୍ଷୟିତ୍ରୀ ରିନା ନାୟକ (୪୫) ଓ ରାଇଝର ବନିପଦର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ନିରଂଜନ ନାୟକ।

ସୂଚନା ଅନୁଯାୟୀ, ଚନ୍ଦାହାଣ୍ଡିଠାରେ ଆଜି ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପକ୍ଷରୁ ଶ୍ରୀ ମା’ ଓ ଶ୍ରୀ ଅରବିନ୍ଦଙ୍କ ପାଠଚକ୍ର ଆୟୋଜିତ ହୋଇଥିଲା। ଏହି ଜିଲ୍ଲାସ୍ତରୀୟ ଦଶକର୍ମ କଳା, ସଂସ୍କୃତି ଓ ଧାରା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଉମରକୋଟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରୁ ସ୍କୁଲ ବସ୍ (ଓଡି ୨୪ ୦୨୭୩) ଚନ୍ଦାହାଣ୍ଡି ଅଭିମୁଖେ ବାହାରିଥିଲା। ବସରେ ଶ୍ରୀ ମା’ ଓ ଶ୍ରୀ ଅରବିନ୍ଦଙ୍କ ଅନୁଗାମୀ, ରାଇଘର ଏବଂ ଉମରକୋଟ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶୁଭେଚ୍ଛଙ୍କ ସମେତ ମୋଟ ୩୫ଜଣ ରହିଥିଲେ। ସକାଳ ପ୍ରାୟ ୧୧ଟାରେ ଝରିଗାଁ-ଚନ୍ଦାହାଣ୍ଡି ଘାଟିର ଗୋଟିଏ ବୁଲାଣିରେ ନିୟନ୍ତ୍ରଣ ହରାଇ ବସ୍ ପ୍ରାୟ ୩୦ଫୁଟ ତଳକୁ ଖସି ପଡ଼ିଥିଲା। ବସ୍ ବାମ ପଟକୁ ଓଲଟି ପଡ଼ିବାରୁ ଘଟଣା ପରେ କେହି ବାହାରକୁ ବାହାରି ପାରିନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe