ପିକ୍‌ଅପ୍‌ ଭ୍ୟାନ ଓଲଟି ୩ ଶ୍ରମିକ ମୃତ, ୯ ଗୁରୁତର, ଏମ୍‌କେସିଜିରେ ଭର୍ତ୍ତି

ସ୍କୁଟିକୁ ପିଟିଲା ଟ୍ରକ୍‌; ଝିଅ ମୃତ, ମା’ ଗୁରୁତର

image source--news first

ଖଲିକୋଟ/ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଆଜି ସକାଳୁ ଏକ ସଡ଼କ ଦୁର୍ଘଟଣାରେ ୩ ଜଣ ଶ୍ରମିକ ମୃତ୍ୟୁବରଣ କରିଥିବା ବେଳେ ୯ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ଲାଗି ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ଆଜି ସକାଳୁ କିଛି ଶ୍ରମିକ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ବ୍ରହ୍ମପୁର ନିକଟସ୍ଥ ଭାବନ୍ଧର ଏକ କ୍ରସରକୁ କାମ କରିବାକୁ ଯାଉଥିଲେ। ସେମାନେ ଯାଉଥିବା ଗାଡିଟି ଖଣ୍ଡିଦେଉଳି-ବିରୁଳିଗଡ଼ ରାସ୍ତାରେ ହଠାତ୍ ଓଲଟି ପଡିଥିଲା। ଫଳରେ ଏଥିରେ ଥିବା ଶ୍ରମିକଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି।

୩ ମୃତ ଶ୍ରମିକଙ୍କ ମଧ୍ୟରୁ ଦୁଇଜଣଙ୍କ ଘର ରମ୍ଭା ଥାନା ଡିଆଁଡେଇଁ ଗ୍ରାମରେ ବୋଲି ଜଣାପଡିଛି। ସେଦୁହେଁ ହେଲେ ଶରତ ଚନ୍ଦ୍ର ନାହାକ ଓ ସୁପ୍ରସନ୍ନ ନାହାକ। ଅନ୍ୟଜଣକ ହେଲେ ବି ନୂଆଗାଁର କବି ନାହାକ ବୋଲି ରମ୍ଭା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe