ସଡ଼କ ଦୁର୍ଘଟଣାରେ ବାପା-ପୁଅ ସହ ବ୍ୟାଙ୍କ ଶାଖା ପରିଚାଳକଙ୍କ ମୃତ୍ୟୁ, ଜଣେ ଗୁରୁତର ଆହତ

ସଡ଼କ ଦୁର୍ଘଟଣାରେ ବାପା-ପୁଅ ସହ ବ୍ୟାଙ୍କ ଶାଖା ପରିଚାଳକଙ୍କ ମୃତ୍ୟୁ, ଜଣେ ଗୁରୁତର ଆହତ

ଡାବୁଗାଁ: ସଡ଼କ ଦୁର୍ଘଟଣାରେ ବାପା-ପୁଅଙ୍କ ସହ ନବରଂଗପୁର ଜିଲ୍ଲା ଡାବୁଗାଁସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର ଶାଖା ପରିଚାଳକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ନୁଆଗୁଡ଼ାର ରାମେଶ୍ବର ମାଦଳା (୬୪) ତାଙ୍କ ପୁଅ ସତ୍ୟଜିତ ମାଦଳା( ୪୦) ଓ ଡାବୁଗାଁ ଷ୍ଟେଟ ବ୍ୟାଙ୍କର ଶାଖା ପରିଚାଳକ ରାକେଶ ହେମ୍ବ୍ରମ।

ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ଡାବୁଗାଁରୁ ଏକ ଇନୋଭା କାରରେ ୪ ଜଣ ବ୍ୟକ୍ତି ଭୁବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ସାଗରପଲି ଗାଁ ନିକଟରେ ଏକ ଗଛକୁ କାରଟି ଭାରସାମ୍ୟ ହରାଇ ଧକ୍କା ଦେବାରୁ ଏଥିରେ ବସିଥିବା ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ କାରରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତି ଭୀମ ହରିଜନ ଗୁରୁତର ଆହତ ହୋଇ ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଆଜି ସକାଳେ ଡାବୁଗାଁରେ ଏହି ଦୁଃଖଦ ଖବର ପ୍ରସାରିତ ହେବାପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ବାପା ଓ ପୁଅଙ୍କ ମୃତ୍ୟୁ ପରେ ସେମାନଙ୍କ ପରିବାର ଲୋକେ ସ୍ତବ୍ଧ ହୋଇଯାଇଛନ୍ତି।

ଗୁରୁବାର ଦିନ ଡାବୁଗାଁ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ରାକେଶ ହେମ୍ବ୍ରମ ତାଙ୍କ ବାପାଙ୍କ ହାର୍ଟ ଅପରେସନ କରିବା ନିମନ୍ତେ ଛୁଟି ନେଇ ଭୁବନେଶ୍ୱରକୁ ଡାବୁଗାଁ ନୁଆଗୁଡ଼ାର ସତ୍ୟଜିତ ମାଦଳାଙ୍କ ଇନୋଭା କାରରେ ବାହାରିଥିଲେ। ବହୁଦିନ ଧରି ଶାଖା ପରିଚାଳକଙ୍କ ବାପାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନ ଥିବାରୁ ତାଙ୍କ ବାପା ଭୁବନେଶ୍ବରରେ ଥିଲେ। ପୁଅ ଭୁବନେଶ୍ୱର ଆସିଲେ ବାପାର ହାର୍ଟ ଅପରେସନ ହୋଇଥାନ୍ତା।

ସତ୍ୟଜିତ ମାଦଳା ତାଙ୍କ ବାପା ରାମେଶ୍ବରଙ୍କ ସ୍ବାସ୍ଥ୍ୟ ଯାଂଚ ନିମନ୍ତେ ଉମରକୋଟରୁ ଏକ ଘୋରାଇ ବସ୍‌ରେ ଭୁବନେଶ୍ୱର ନିମନ୍ତେ ଟିକେଟ କରିଥିଲେ। କିନ୍ତୁ ବସର ପଛପଟରେ ସିଟ ମିଳିବାରୁ ଟିକେଟ ଫେରସ୍ତ କରି ରହିଯାଇଥିଲେ। ସେହି ସମୟରେ ଡାବୁଗାଁ ଷ୍ଟେଟ ବ୍ୟାଙ୍କ ବି ଏମ ଏହିକଥା ଜାଣିପାରି ସବୁ ଗୋଟିଏ କାର ରେ ଯିବା କହିବାରୁ ସତ୍ୟଜିତ ମାଦଳା( ଜିତୁ ) ତାଙ୍କ ବାପା ରାମେଶ୍ବରଙ୍କୁ ସାଥୀ କରି ଡ୍ରାଇଭର ଭୀମ ହରିଜନ ସହ ରାତ୍ର ପ୍ରାୟ ୯ ଘଣ୍ଟା ସମୟରେ ୪ ଜଣ ବାହାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe