ରାଇରଙ୍ଗପୁର/ବିଶୋଇ : ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ କଟାସ୍ ଛକରେ ଆଜି ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ୩ ଜଣକ ଘର ବିଶୋଇ ବ୍ଲକ ଅନ୍ତର୍ଗତ ଏନ୍ବି ପୋଖରିଆ ପଞ୍ଚାୟତର ଘୋଡ଼ାବିନ୍ଧା ଗ୍ରାମରେ। ମାତ୍ର ସେମାନଙ୍କ ପରିଚୟ ମିଳି ପାରିନି। ସୂଚନା ଅନୁସାରେ, ସଂଧ୍ୟା ପ୍ରାୟ ୯ଟା ହେବ। ୪୯ ନମ୍ବର ଜାତୀୟ ରାଜପଥରେ ୩ ଜଣ ଗୋଟିଏ ବାଇକ୍ରେ ଯାଉଥିଲେ। ସେମାନଙ୍କୁ କଟାସ୍ ଛକରେ ଗୋଟିଏ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଗାଡ଼ି ସେମାନଙ୍କୁ ଘୋଷାରି ନେବାରୁ ନିଆଁ ଲାଗି ବାଇକ୍ଟି ଜଳିଯାଇଥିଲା। ଆରୋହୀଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ଛଟପଟ ହୋଇ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ବିଶୋଇ ମେଡିକାଲକୁ ନିଆଯାଇଥିଲା।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    /sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2018/01/accident-1.jpg-f-1.jpg)