ବଜ୍ରପାତରେ ୩ ମୃତ

କାଳବୈଶାଖୀ, ବଜ୍ରପାତରେ ୬ ମୃତ, ମୃତକଙ୍କ ମଧ୍ୟରେ ୩ ପିଲା

India Today

ବରଗଡ଼/ବିନିକା/ଇବଥର୍ମାଲ : ଶନିବାର ବିଭିନ୍ନ ଅଞ୍ଚଳରେ ବଜ୍ରପାତରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କ ପ୍ରାଣ ହରାଇଛନ୍ତି। ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ମେଲଛାମୁଣ୍ଡା ଥାନା ବା‌େ‌ନ୍ଧନବାହାଲି ଗାଁରେ ବଜ୍ରପାତରେ ଯାଜ୍ଞସେନୀ ବାଗ (୨୪)ଙ୍କ ମୃତ୍ୟୁ ହୋଇଛି। ଯାଜ୍ଞସେନୀ ଅପରାହ୍ନ ୩ଟା ବେଳେ ଗଛ ତଳେ ଟୋଲ୍‌ ଗୋଟାଉ ଥିବାସମୟରେ ବଜ୍ରାଘାତ ହେବାରୁ ସେ ଟଳି ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସୋହେଲା ଡାକ୍ତରଖାନା ନିଆଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ କମିରା ଗାଁର ସୁଦନ ଛନ୍ଦ (୨୪)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। କମିରା ଗାଁର ସୁଦନ ସରଗୁଣା ଗାଁକୁ ବଢ଼େଇ କାମ କରିବାକୁ ଆସିଥିଲେ। ସଂଧ୍ୟା ପ୍ରାୟ ୭ଟାରେ ସେ ନିଜ ଗାଁକୁ ଫେରୁଥିବା ବେଳେ ଝଡ଼ପବନ ହୋଇଥିଲା। ଫଳରେ ସରଗୁଣା ଗାଁ ମୁଣ୍ଡରେ ଥିବା ଏକ ବରଗଛ ତଳକୁ ସେ ଆଶ୍ରୟ ନେବାକୁ ଯାଇଥିଲେ। ଠିକ୍ ସେତିକି ବେଳେ ସେ ବଜ୍ରାଘାତର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବିନିକା ଡାକ୍ତରଖାନାକୁ ନିଆଯାଇଥିବାବେଳେ ‌ସେଠାର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗଛ ତଳେ ଥିବା ଅନ୍ୟ ଦୁଇ ଜଣ ସରଗୁଣା ଗାଁର ରଣଜିତ ପଳିତା (୭୦) ଓ ଦୁଲ୍ଲଭ କ୍ଷେତି (୬୦) ଆହତ ‌ହୋଇଛନ୍ତି।

ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା କୁମ୍ଭାରବନ୍ଧ ଫାଣ୍ଡି ଅନ୍ତର୍ଗତ ନୂଆଁପାଲି ଗ୍ରାମର ଉପେନ୍ଦ୍ର ଭୁଏ (୫୫)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ଉପେନ୍ଦ୍ର ଓ ତାଙ୍କ ସ୍ତ୍ରୀ ସବିତା ଖତ ନେଇ ବିଲକୁ ଯାଉଥିବା ବେଳେ ବଜ୍ରପାତରେ ଉପେନ୍ଦ୍ର ଟଳି ପଡ଼ିଥିଲେ। ଉପେନ୍ଦ୍ରଙ୍କ ଦୁଇ ପୁଅ ମଧ୍ୟରୁ ବଡ଼ ପୁଅ ଘରେ ଥିବା ବେଳେ ସାନପୁଅ ଦାଦନ ଖଟିବାକୁ ବାହାରକୁ ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe