ଟ୍ରକ୍‌ ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ନିଖୋଜ ଯୁବକଙ୍କ ମୃତଦେହ ପଶ୍ଚିମବଙ୍ଗରୁ ଉଦ୍ଧାର

Image Courtesy of NDTV

କୋଲାବିରା: ୪୯ ନମ୍ବର ଜାତୀୟ ରାଜପଥର ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ ସନ୍ୟାସୀପାଲି ଛକରେ ମଙ୍ଗଳବାର ଅପରାହ୍‌ଣରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍‌ ଧକ୍କାରେ ବାଇକ୍‌ରେ ଥିବା ୩ ଜଣ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ସମସ୍ତ ମୃତକ ବିହାର ରାଜ୍ୟର ହୋଇଥିବା ବେଳେ ଝାରସୁଗୁଡ଼ାରେ ରହି ଏକ ଶିଳ୍ପ ସଂସ୍ଥାରେ କାମ କରୁଥିବା ସୂଚନା ମିଳିଛି।

ପ୍ରାପ୍ତ ସୂଚନାନୁସାରେ ଆଜି ଅପରାହ୍‌ଣରେ ଏକ ବାଇକ୍‌ (ଜେଏଚ୍‌ ୦୯କ୍ୟୁ-୮୨୮୭)ରେ ଝାରସୁଗୁଡ଼ାରେ ରହୁଥିବା ବିହାର ରାଜ୍ୟ ଆରା ଜିଲ୍ଲା ଭୋଜପୁର ଜଗଧର ନଗରର ଅଭିଜିତ ପାଣ୍ଡେ (୨୫), ମୁନୁ ରାଏ (୨୬) ଓ ଅମନ ରାଏ (୨୬) କୁଚିଣ୍ଡା ବୁଲିବାକୁ ଆସି ସେଠାରୁ କୋଲାବିରା ପଟକୁ ଫେରୁଥିଲେ। ସନ୍ୟାସୀପାଲି ଛକ ନିକଟରେ ସାମ୍‌ନା ପଟୁ ଆସୁଥିବା ଏକ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇ ଫେରାର୍‌ ହୋଇଯାଇଥିଲା। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଡାକ୍ତରଖାନାରେ ଆଖି ବୁଜିଥିଲେ। କୋଲାବିରା ଥାନା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଝାରସୁଗୁଡ଼ା ପଠାଇବା ସହ ଫେରାର ଟ୍ରକ୍‌କୁ ଧରିବା ପାଇଁ ଉଦ୍ୟମ କରୁଥିବା ଜଣାପଡ଼ିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଟ୍ରକ୍‌ର କୌଣସି ସନ୍ଧାନ ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe