ବାହାରିନ୍‌ରେ ଓଡ଼ିଆ ଶ୍ରମିକଙ୍କ ସମେତ ୩ ମୃତ, ମୃତକଙ୍କ ମଧ୍ୟରେ ଅଛନ୍ତି ଚାନ୍ଦବାଲିର ଦେବାଶିଷ

Advertisment
ବାହାରିନ୍‌ରେ ଓଡ଼ିଆ ଶ୍ରମିକଙ୍କ ସମେତ ୩ ମୃତ, ମୃତକଙ୍କ ମଧ୍ୟରେ ଅଛନ୍ତି ଚାନ୍ଦବାଲିର ଦେବାଶିଷ

ଚାନ୍ଦବାଲି : ବାହାରିନ୍‌ର କ୍ରାଉନ୍‌ ଇଲେ‌କ୍ଟ୍ରୋ ମେକାନିକ୍‌ କମ୍ପାନିରେ କାମ କରୁଥିବା ୩ ଭାରତୀୟ ଯୁବକଙ୍କର ଆଜି ସକାଳେ ମୃତ୍ୟୁ ହୋଇଛି। ୩୫ ଫୁଟ୍‌ ମାଟି ତଳେ ପ୍ଲମି˚ କାମ କରୁଥିବା ବେଳେ ଭିତରେ ଅଣନିଃଶ୍ବାସୀ ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ୩ ମୃତ ଭାରତୀୟ ଯୁବକଙ୍କ ମଧ୍ୟରେ ଅଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ୍‌ଏସି ଅନ୍ତର୍ଗତ କିସ୍ମତ ଗାଁର ବସନ୍ତ କୁମାର ସାହୁଙ୍କ ସାନପୁଅ ଦେବାଶିଷ ସାହୁ (୩୦)।

କିସ୍ମତ ଗାଁର ଦେବାଶିଷ ଭୁବନେଶ୍ବରର ଏକ ଠିକା ସଂସ୍ଥା ସହଯୋଗରେ ୨୦୧୫ ମସିହା ଫେବ୍ରୁଆରି ମାସରେ ବାହାରିନ୍‌କୁ ଯାଇ ସେଠାରେ କ୍ରାଉନ୍‌ ଇଲେକ୍ଟ୍ରା ମେକାନିକ୍‌ କମ୍ପାନିରେ ଫିଟର ଭାବେ କାମ କରୁଥିଲେ। ଆଜି ଦେବାଶିଷଙ୍କ ସହ ଅନ୍ୟ ଦୁଇ ଜଣ ଯୁବକ ଭୋର ସମୟରେ ଅକ୍ସିଜେନ୍‌ ନେଇ ୩୫ ଫୁଟ୍‌ ଗଭୀର ମାଟି ତଳେ କାମ କରିବାକୁ ଯାଇଥିବା ବେଳେ ଅଣନିଃଶ୍ବାସୀ ହୋଇ ପ୍ରାଣ ହରାଇଥିଲେ। ସକାଳେ ବାହାରିନରୁ ଦେବାଶିଷଙ୍କ ମୃତ୍ୟୁ ଖବର ଆସିବା ପରେ ତାଙ୍କ ପରିବାରରେ କାନ୍ଦବୋବାଳି ପଡ଼ିଛି। ଦେବାଶିଷ ୬ ବର୍ଷ ହେଲା ବିଦେଶରେ ରହିଥିବା ବେଳେ ୨୦୨୧ରେ ଘରକୁ ଆସିବେ ବୋଲି ଜଣାଇଥିଲେ। ଦେବାଶିଷଙ୍କ ସହ ପ୍ରାଣ ହରାଇଥିବା ଅନ୍ୟ ଦୁଇ ଭାରତୀୟ ଯୁବକ ବିହାର ଅଞ୍ଚଳର ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe