ବିଶୋଇ: ଟ୍ରକ୍ ଚାପାରେ ୩ ଗୋରୁ ବେପାରୀଙ୍କର ମୃତ୍ୟୁ, ଜଣେ ଗୁରୁତର

Advertisment
ବିଶୋଇ: ଟ୍ରକ୍ ଚାପାରେ ୩ ଗୋରୁ ବେପାରୀଙ୍କର ମୃତ୍ୟୁ, ଜଣେ ଗୁରୁତର

ବିଶୋଇ: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥ ସ୍ଥିତ ନୂଆଗାଁ ଛକ ନିକଟରେ ଟ୍ରକ୍ ଚାପାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଗତକାଲି ରାତିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ଗୋରୁ ନେଇ ଯାଉଥିବା ବେପାରୀଙ୍କ ଉପରେ ଟ୍ରକ ଚଢି ଯିବା କାରଣରୁ ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।

publive-image

ସୂଚନାଥାଉକି, ୭ ଜଣ ଗୋରୁ ବେପାରୀ ଗତକାଲି ବିଳମ୍ବିତ ରାତ୍ରି ସମୟରେ ୪୯ ନଂ ଜାତୀୟ ରାଜପଥ ଦେଇ ଗୋରୁ ନେଇ ଯଶୁପୁର ଝାରପୋଝରିଆ ଅଭିମୁଖେ ଯାଉଥିବା ସମୟରେ ପୁଲିସ ଉକ୍ତ ଗୋରୁ ବେପାରୀଙ୍କୁ ନୂଆଗାଁ ଛକସ୍ଥିତ ରାସ୍ତାକଡ଼ରେ ଅଟକାଇ ପଚରାଉଚରା କରୁଥିଲା। ଠିକ ଏହି ସମୟରେ ଯଶିପୁର ପଟୁ ଦ୍ରୁତଗତିରେ ଆସୁଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଉକ୍ତ ରାସ୍ତାକଡ଼ରେ ଠିଆ ହୋଇଥିବା ଗୋରୁ ବେପାରୀଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣ ଗୋରୁ ବେପାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ।

publive-image

ଘଟଣାସ୍ଥଳରେ ଥିବା ଅନ୍ୟ ୩ ଜଣ ଗୋରୁ ବେପାରୀ ଅଳ୍ପକେ ବର୍ତ୍ତିଯାଇଥିଲେ। ଖବର ପାଇ ବିଶୋଇ ଅଗ୍ନିଶମ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପୁଲିସ ଗୁରୁତରଙ୍କୁ ଉଦ୍ଧାର କରି ମଣଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ।ସମସ୍ତ ଗୋରୁ ବେପାରୀ ଝାଡ଼ପୋଖରିଆ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି। ଏହି ଘଟଣାକୁ ନେଇ ବିଶୋଇ ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe