ଭିନ୍ନକ୍ଷମ ସ୍ୱାମୀଙ୍କ ପାଇଁ ଔଷଧ ଆଣିବାକୁ ଯାଉଥିଲେ କଟକ, ପ୍ଲାଟଫର୍ମରେ ଚାଲିଗଲା ଜୀବନ

କୋରେଇରେ ମର୍ମନ୍ତୁଦ ରେଳ ଦୁର୍ଘଟଣା

ଭିନ୍ନକ୍ଷମ ସ୍ୱାମୀଙ୍କ ପାଇଁ ଔଷଧ ଆଣିବାକୁ ଯାଉଥିଲେ କଟକ, ପ୍ଲାଟଫର୍ମରେ ଚାଲିଗଲା ଜୀବନ

ଭୁବନେଶ୍ବର: ଯାଜପୁର ଜିଲ୍ଲାର କୋରେଇରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଏଯାବତ୍ ତିନି ମହିଳା ମୃତକଙ୍କ ପରିଚୟ ମିଳିଛି। ସେମାନେ ହେଲେ ପାର୍ବତୀ ବିନ୍ଧାଣି, କଢ଼େଇ ବିନ୍ଧାଣି  ଓ ଅବଜୁନ ବିବି।

publive-image

ଅବଜୁନ ବିବିଙ୍କ କଥା ଯନ୍ତ୍ରଣାଦାୟକ। ତାଙ୍କ ଘର କୋରେଇ ବ୍ଲକର ସାଧକପୁର ପଂଚାୟତର ଫାଜଲପୁର ଗ୍ରାମରେ। ସେ ତାଙ୍କ ଭିନ୍ନକ୍ଷମ ସ୍ୱାମୀଙ୍କ ପାଇଁ ଔଷଧ ଆଣିବାପାଇଁ କଟକ ଯିବାକୁ ଡିଏମୟୁ ଟ୍ରେନକୁ ଅପେକ୍ଷା କରିଥିବା ସମୟରେ ଦୁର୍ଘଟଣା ଘଟିଥିଲା ଏବଂ ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ଏହି ଦୁର୍ଘଟଣାରେ ଯେଉଁ ୪ ଜଣ ଆହତ ହୋଇଛନ୍ତି, ସେମାନେ ହେଲେ ରମେଶ ଜେନା, ମାଧବାନନ୍ଦ ବାରିକ, ବଳରାମ ବିନ୍ଧାଣି ଓ ବିଶ୍ବଜିତ ବିନ୍ଧାଣି।

publive-image

ମାଲବାହୀ ଟ୍ରେନଟି ଭଦ୍ରକରୁ ଛତ୍ରପୁରକୁ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆଜି ସକାଳ ପ୍ରାୟ ୬ଟା ୪୦ ମିନିଟରେ ଏହି ରେଳ ଦୁର୍ଘଟଣା ଘଟିଥିଲା। ଏବେ ବି  ୬ଟି ବଗି ଷ୍ଟେସନ୍‌ ପାର ହୋଇଥିବା ଅବସ୍ଥାରେ ପଡ଼ିରହିଛି। ଏଣେ ୧୨ଟି ବଗି ଲାଇନଚ୍ୟୁତ ହୋଇଛି।

ଉଲେ୍ଲଖଯୋଗ୍ୟ, ଯାଜପୁର ଜିଲ୍ଲାର କୋରେଇରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ପରେ ୮ଟି ଟ୍ରେନକୁ ବାତିଲ କରାଯାଇଛି। ୫ଟି ଏକ୍ସପ୍ରେସ୍ ଓ ୩ଟି ପାସେଞ୍ଜର ଟ୍ରେନ୍  ପୂରା ବାତିଲ ହୋଇଥିବା ବେଳେ ୫ଟି ଟ୍ରେନକୁ ଆଂଶିକ ବାତିଲ କରାଯାଇଛି। ଏଣେ ୧୨ଟି ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଥିବା ନେଇ ପୂର୍ବତଟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି। ବାତିଲ ହୋଇଥିବା ଟ୍ରେନ୍ ମଧ୍ୟରେ ରହିଛି ହାୱଡ଼ା-ଭୁବନେଶ୍ୱର ଜନଶତାବ୍ଦୀ ଏକ୍ସପ୍ରେସ, ହାୱଡ଼ା-ପୁରୀ ଶତାବ୍ଦୀ ଏକ୍ସପ୍ରେସ, ଶାଲିମାର-ପୁରୀ ଓ ପୁରୀ –ଶାଲିମାର ଏକ୍ସପ୍ରେସ, ଶାଲିମାର-ହାଇଦ୍ରାବାଦ୍ ଏକ୍ସପ୍ରେସ। ସେହିପରି କଟକ-ଭଦ୍ରକ-କଟକ ପାସେଞ୍ଜର, ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର ସ୍ପେଶାଲ, ଭୁବନେଶ୍ୱର-ବାଲେଶ୍ୱର ପାସେଞ୍ଜର ସ୍ପେଶାଲ ଟ୍ରେନ୍ ବାତିଲ ହୋଇଛି । ଅନ୍ୟପକ୍ଷରେ ୧୨ଟି ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଛି । ଏ ନେଇ ପୂର୍ବତଟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ବିଶ୍ୱଜିତ୍ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe