ଚାଉମିନ ଫ୍ୟାକ୍ଟ୍ରିରେ ଅଘଟଣ: ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକଙ୍କ ମୃତ୍ୟୁ

Advertisment
ସର୍ପାଘାତରେ ନାବାଳିକା ମୃତ

ମୋହନା: ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଚାଉମିନ୍ ଫ୍ୟାକ୍ଟ୍ରିରେ ଶ୍ଵାସରୁଦ୍ଧ ହୋଇ ୩ଜଣଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ମୋହନା ବ୍ଲକର ନାଢେପସାହି ଯିବା ରାସ୍ତାରେ ଥିବା ଚାଉମିନ୍ ଫ୍ୟାକ୍ଟ୍ରିରେ ଗ୍ୟାସ ଲିକରୁ ଶ୍ଵାସରୁଦ୍ଧ ହୋଇ ତିନି ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

ସେମାନଙ୍କୁ ଅଗ୍ନିଶମ ବାହିନୀର କର୍ମଚାରୀମାନେ  ଉକ୍ତ ୩ଜଣଙ୍କୁ କବାଟ ଭାଙ୍ଗି ଉଦ୍ଧାର କରିଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ମୃତକମାନଙ୍କର ପରିଚୟ ମିଳିନଥିବା ବେଳେ ଘଟଣାସ୍ଥଳରେ ମୋହନା ଥାନା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

ଆଜି ଗଜପତି ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ ମୋହନା ଢେପସାହି ଯିବା ରାସ୍ତାରେ ଥିବା ଏକ ଭଡାଘରେ ତିନିଜଣ ଯୁବକଙ୍କର ମୃତଦେହ ମୋହନା ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ ଗତ କିଛି ଦିନହେବ ମୋହନା ଢେପସାହିରେ ଗୋଟିଏ ଭଡାଘରେ କିଛିବ୍ୟକ୍ତି ଚାଓମିନ୍ ତିଆରି କରୁଥିଲେ। ମୋହନା ଥାନାଠାରୁ ମାତ୍ର ଅଳ୍ପ ଦୂରରେ ଥିବା ସେହି ଚାଓମିନ୍ ତିଆରି କବାଟ ବନ୍ଦଘରେ ଶୋଇଥିବା ଅବସ୍ଥାରେ ତିନିଜଣ ଯୁବକ ମୃତ୍ୟୁବରଣ କରିଥିବା ଜଣାପଡିଛି। ସେମାନେ ହେଲେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ନିମଖଣ୍ଡିର ଅରୁଣ ସାହୁ, ମୋହନା ବ୍ଳକର ଶିଙ୍କୁଲିପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ କାମ୍ଫଗୁଡା ଗ୍ରାମର ପ୍ରଭାକର ଓ ଅନୀଲ ପାଇକ।

ପ୍ରାଥମିକ ତଦନ୍ତରୁ ପାରିପାର୍ଶିକ ସ୍ଥିତିରୁ ଗ୍ୟାସ୍ ଲିକରୁ ତିନିଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ପ୍ରକାଶ। ଗ୍ୟାସ ହାଣ୍ଡିରୁ ଗ୍ୟାସ୍ ଖୋଲାକରି ଘରେ କବାଟ ବନ୍ଦକରି ଶୋଇଥିବା ଯୋଗୁଁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିବା କୁହାଯାଉଛି। କେହି ଘର ନଖୋଲିବାରୁ ସକାଳେ ପଡ଼ୋଶୀ କବାଟ ବାଡେଇ ଡାକିଥିଲେ ମଧ୍ୟ ଘର ନ ଖୋଲିବାରୁ ମୋହନା ପୁଲିସକୁ ସ୍ଥାନୀୟ ଲୋକେ ଖବର ଦେଇଥିଲେ। ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଘର ଭିତରକୁ ଯାଇ ତିନିଜଣ ଯୁବକଙ୍କ ଘଟଣାସ୍ଥଳରେ ମରି ପଡ଼ିଥିବାର ଦେଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe