ପିପିଲି ବ୍ଲକ୍‌ରେ ଦନ୍ତାହାତୀ ଆକ୍ରମଣ ଯୋଗୁଁ ୩ ମୃତ ଓ ୩ ଆହତ

Advertisment
କୁଲଡିହାରେ ପୁଣି ହାତୀଛୁଆ ମୃତ

The Rouge Elephant

ପିପିଲି: ରବିବାର ସକାଳେ ପୁରୀ ଜିଲ୍ଲାର ପିପିଲି ବ୍ଲକ୍‌ରେ ଗୋଟାଏ ବଣୁଆ ଦନ୍ତାହାତୀ ହାବୁଡ଼ରେ ପଡ଼ି ୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ୩ ଜଣ ଆହତ ହୋଇଛନ୍ତି।

ମୃତ ବ୍ୟକ୍ତିମାନେ ହେଉଛନ୍ତି ଚନ୍ଦ୍ରଦେଈପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ମାଟିଘର ଗାଁର ୬୫ ବର୍ଷିୟ ମକର ପଲେଇ, ବଳଙ୍ଗା ଥାନା ଅଧୀନ ଗୋପୀନାଥପୁର ଗ୍ରାମ ପଞ୍ଚାୟତ ଅଞ୍ଚଳର ୬୦ ବର୍ଷିୟ ଯୁଗଳକିଶୋର ଭଟ୍ଟ ଏବଂ ରାଜତେଇ ଗାଁର ୪୫ ବର୍ଷିୟ ଚୈତନ୍ୟ ସାହୁ।

publive-image Dead Makar

ସକାଳ ପ୍ରାୟ ଛଅଟା ବେଳେ ମକର ତାଙ୍କ ବିଲରେ ବାଇଗଣ ଓ ମକା କିଆରୀରେ କୋଡ଼ାଖୁଷା କରୁଥିବା ବେଳେ ହାତୀଟି ତାଙ୍କୁ କଚାଡ଼ି ମାରି ପକାଇଥିଲା।

ରାଜତେଇ ଗାଁ’ର ଚୈତନ୍ୟ ମଧ୍ୟ ସକାଳୁ ଶୌଚ ହେବାକୁ ଯାଉଥିବା ବେଳେ ଦନ୍ତାହାତୀ ହାବୁଡ଼ରେ ପଡ଼ି ପ୍ରାଣ ହରାଇଥିଲେ।

ପରେ ପରେ ସେ ଦନ୍ତାହାତୀ ଅଳ୍ପଦୂରରେ ପ୍ରବାହିତ ଭାର୍ଗବୀ ନଦୀ ପାର ହୋଇ ଆରପାରିରେ ପହଞ୍ଚିଥିଲା। ସେହି ସମୟରେ ସେଠାକୁ ଶୌଚ ହେବାକୁ ଆସିଥିବା ଯୁଗଳକିଶୋରଙ୍କୁ ମଧ୍ୟ ସେ ଦନ୍ତାହାତୀଟି ଆକ୍ରମଣ କରି ମାରି ପକାଇଥିଲା।

publive-image Dead Jugal Kishore

ଏହାଛଡ଼ା ଚନ୍ଦ୍ରାଦେଈପୁରର କାଳିନ୍ଦୀ ବେହେରା, ଗୋପୀନାଥପୁରର ହାଡ଼ିବନ୍ଧୁ ସାହୁ ଓ ଜୀବନ ପୃଷ୍ଟି ସେ ଦନ୍ତାହାତୀ ହାବୁଡ଼ରେ ପଡ଼ି ଆହତ ହୋଇଛନ୍ତି।

ସଦ୍ୟତମ ସୂଚନା ଅନୁଯାୟୀ ଏବେ ସମ୍ପୃକ୍ତ ଦନ୍ତାହାତୀଟି ରାଜତଇ ଗାଁ’ର ଏକ ଜଙ୍ଗଲିଆ ଅଞ୍ଚଳରେ ପଶି ରହିଛି। ଗତକାଲି ରାତି ପ୍ରାୟ ୧୨ଟା ବେଳେ ସେ ଦନ୍ତାହାତୀ ଡେଲାଙ୍ଗ ଅଞ୍ଚଳରେ ବୁଲାବୁଲି କରୁଥିବା ଲୋକେ ଦେଖିଥିଲେ। ରାତାରାତି ସେ ଡେଲାଙ୍ଗ ଅତିକ୍ରମ କରି ପିପିଲିକୁ ଚାଲି ଆସି ସକାଳୁ ଉତ୍ପାତ ଆରମ୍ଭ କରିଛି।

ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ବନ ବିଭାଗ କିଂବା କୌଣସି ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳକୁ ଆସି ନାହାନ୍ତି। ଖବର ପାଇ ବଳଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe