ବାଲେଶ୍ୱରରେ ବର୍ଷା ପବନରେ ଉପୁଡ଼ିପଡ଼ିଲା ମୋବାଇଲ ଟାୱାର, ବଜ୍ରପାତରେ ୩ ଯୁବକ ମୃତ

Advertisment
ବାଲେଶ୍ୱରରେ ବର୍ଷା ପବନରେ ଉପୁଡ଼ିପଡ଼ିଲା ମୋବାଇଲ ଟାୱାର, ବଜ୍ରପାତରେ ୩ ଯୁବକ ମୃତ

ଖୁଣ୍ଟା: ଖୁଣ୍ଟା ଥାନା ଅଧୀନରେ ବଜ୍ରପାତ ଘଟି ଗୋଟିଏ ଗାଁର ୩ ଜଣ ଯୁବକଙ୍କର ମୃତ୍ୟୁ ଘଟିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସୂଚନା ମୁତାବକ ଆଜି ଦିନ ପ୍ରାୟ ସାଢେ ୧୧ ଟା ସମୟରେ ବଡପଥରା ଗ୍ରାମର ସୁବାସ ମହାନ୍ତଙ୍କ ପୁଅ ଯାମିନୀକାନ୍ତ(୨୨), ଶଶିଧର ମହାନ୍ତଙ୍କ ପୁଅ ଦିବ୍ୟଶଙ୍କର(୨୬) ଏବଂ ସତ୍ୟରଞ୍ଜନ ମହାନ୍ତଙ୍କ ପୁଅ କୌଶିଶ(୧୯) ମାଛ ଧରିବା ପାଇଁ ଗାଁ ଶେଷ ମୁଣ୍ଡରେ ଥିବା ପୋଖରୀକୁ ଯାଇଥିବା ବେଳେ ସେହି ସମୟରେ କଳାହାଣ୍ଡିଆ ମେଘ ଘୋଟି ଆସିବା ସହିତ ପ୍ରବଳ ବର୍ଷା ଝଡ଼ ତୋଫାନ ସଙ୍ଗେ ବଜ୍ରପାତ ହୋଇଥିଲା l

ଆଉ ମାଛ ଧରିବାକୁ ଯାଇଥିବା ସଂପୃକ୍ତ ତିନି ଯୁବକ ବକ୍ରପାତର ଶିକାର ହୋଇ ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ | ଘଟଣା ଜଣାପଡ଼ିବା ପରେ ଖୁଣ୍ଟା ଅଗ୍ନିଶମ କର୍ମଚାରୀଙ୍କ ସହଯୋଗରେ ପରିବାର ଲୋକେ ସେମାନଙ୍କୁ ଖୁଣ୍ଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ ।

ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି | ଅନ୍ୟପଟେ ବାଲେଶ୍ୱର ସହରରେ ଆଜି କାଳବୈଶାଖୀ ଯୋଗୁଁ ମୋବାଇଲ ଟାୱାର ମଧ୍ୟ ଉପୁଡି ପଡିଥିଲା | ଏକ ଘର ଉପରେ ଲାଗିଥିବା ଏହି ମୋବାଇଲ ଟାୱାର ଉପୁଡିପଡି ଅନ୍ୟ ଏକ ଘର ଉପରେ ପଡିଥିଲା | ତେବେ ଏଥିରେ କେହି ଆହତ ହୋଇନାହାନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe