ମୁହାଁମୁହିଁ ଧକ୍କା: ଟ୍ରକ୍ ସହ ଜଳିଗଲେ ତିନି ଚାଳକ

Advertisment
ମୁହାଁମୁହିଁ ଧକ୍କା: ଟ୍ରକ୍ ସହ ଜଳିଗଲେ ତିନି ଚାଳକ

ଝାରସୁଗୁଡ଼ା: ଗତକାଲି ବିଳମ୍ବିତ ରାତିରେ ଝାରସୁଗୁଡ଼ା ଜିଲ୍ଲା ସଦର ଥାନା ସମ୍ମୁଖ ୧୦ ନଂ ରାଜ୍ୟ ରାଜପଥରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଠାରେ ଭାରସାମ୍ୟ ହରାଇ ଦୁଇଟି ଟ୍ରକ୍ ପଛକୁ ପଛ ଓ ଗୋଟିଏ ହାଇୱା ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ୩ଟି ଯାକ ଗାଡ଼ି ସର୍ଟସର୍କିଟରୁ ଜଳି ଯାଇଥିବା ବେଳେ ଭିତରେ ବସିଥିବା ଚାଳକମାନେ ବାହାରିପାରିନଥିଲେ।

publive-image

ଏହାଫଳରେ ଗାଡ଼ିରେ ଥିବା  ୩ଜଣଯାକ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଆଁକୁ ଆୟତ୍ତ କରିବାକୁ ୩ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲା। ତେଣେ ସୂଚନା ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ମାତ୍ର ଏଯାଏ ମୃତକଙ୍କ ପରିଚୟ ମିଳିପାରିନାହିଁ।

ଏଣେ ସକାଳେ କ୍ରେନ ସାହାଯ୍ୟରେ ୩ଟି ଗାଡ଼ିକୁ ରାସ୍ତାର ପାର୍ଶ୍ୱକୁ ନିଆଯାଇ ସେଥିମଧ୍ୟରୁ ୩ ଚାଳକଙ୍କ ମୃତଦେହକୁ ବାହାରକୁ ଅଣାଯାଇଥିଲା। ଗାଡ଼ିଗୁଡ଼ିକ ମାତ୍ରାଧିକ ବେଗରେ ଯାଉଥିବା ଏବଂ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ହେତୁ  ଏହି ବଡ଼ ଧରଣର ସଡ଼କ ଦୁର୍ଘଣଟା ଘଟିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe