ଲୁଟେରାଙ୍କ ଟାର୍ଗେଟରେ ୩ ଏକ୍ସପ୍ରେସ୍‌: ତପସ୍ବିନୀ, ରାଜ୍ୟରାଣୀ, ପୁରୀ- ଦୁର୍ଗରୁ ବର୍ଷକରେ ୮୮ ଲୁଟ୍

କଟକ-ତାଳଚେର ରେଳଲାଇନ୍‌ରେ ଚଳାଚଳ କରୁଥିବା ତିନୋଟି ଏକ୍ସପ୍ରେସ୍ ଟ୍ରେନ୍ ଉପରେ ଏବେ ରହିଛି ଲୁଟେରା ଗ୍ୟାଙ୍ଗର ନଜର। ତପସ୍ବିନୀ ଏକ୍ସପ୍ରେସ, ରାଜ୍ୟରାଣୀ ଏକ୍ସପ୍ରେସ୍, ପୁରୀ-ଦୁର୍ଗ ଏକ୍ସପ୍ରେସରେ ଲୁଟେରା ବାରମ୍ବାର ଲୁଟପାଟ୍‌ କରିବା ଯାତ୍ରୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି।

sscscs

କଟକ: କଟକ-ତାଳଚେର ରେଳଲାଇନ୍‌ରେ ଚଳାଚଳ କରୁଥିବା ତିନୋଟି ଏକ୍ସପ୍ରେସ୍ ଟ୍ରେନ୍ ଉପରେ ଏବେ ରହିଛି ଲୁଟେରା ଗ୍ୟାଙ୍ଗର ନଜର। ତପସ୍ବିନୀ ଏକ୍ସପ୍ରେସ, ରାଜ୍ୟରାଣୀ ଏକ୍ସପ୍ରେସ୍, ପୁରୀ-ଦୁର୍ଗ ଏକ୍ସପ୍ରେସରେ ଲୁଟେରା ବାରମ୍ବାର ଲୁଟପାଟ୍‌ କରିବା ଯାତ୍ରୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। କଟକ ରେଳବାଇ ପୁଲିସ(ଜିଆର୍‌ପି) ଅଧୀନରେ କଟକ ସମେତ ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳଅନୁଗୁଳ ଭଳି ୫ଟି ଜିଲ୍ଲାର ରେଳ ଲାଇନ୍ ରହିଛି। ପାରାଦୀପରୁ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ୩୦୦ କିମି, କଟକରୁ ପାରାଦୀପ ୧୦୦ କିମି, ବାରଙ୍ଗରୁ ରାଜାଆଠଗଡ଼ ୩୦ କିମି ରେଳ ଲାଇନ୍‌ ରହିଛି। ଅନୁଗୁଳରୁ ରେଢ଼ାଖୋଲ ଏବଂ ପାରାଦୀପରୁ ହରିଦାସପୁର ରେଳ ଲାଇନ୍ ଏଥିରେ ନୂଆ ଯୋଡ଼ିହୋଇଛି। ଗୋଟିଏ ଥାନାର ଭୌଗୋଳିକ ସୀମା ଏତେ ଅଧିକ ଥିବାରୁ ଅନୁଗୁଳରେ ଗୋଟିଏ ନୂଆ ଜିଆର୍‌ପି ଥାନା ଖୋଲିବାକୁ ବାରମ୍ବାର ପ୍ରସ୍ତାବ ଦିଆଯାଇଥିଲେ ବି ତାହା କାର୍ଯ୍ୟକାରୀ ହେଉନାହିଁ।

ତପସ୍ବିନୀ, ରାଜ୍ୟରାଣୀ, ପୁରୀ-ଦୁର୍ଗରୁ ବର୍ଷକରେ ୮୮ ଲୁଟ୍
କର୍ମଚାରୀ ଅଭାବରୁ ହାତ ବାନ୍ଧି ବସିଛନ୍ତି ଜିଆର୍‌ପି, ଆର୍‌ପିଏଫ୍

କଟକ ଜିଆର୍‌ପିର ଗୋଟିଏ ଫାଣ୍ଡି ତାଳଚେର ରୋଡ୍‌ରେ ରହିଛି। ସେଠି ଜଣେ ଏଏସ୍‌ଆଇ ଓ ଚାରି କନେଷ୍ଟବଳ ଅଛନ୍ତି। ଅନ୍ୟପଟେ କଟକ, ଢେଙ୍କାନାଳ, ତାଳଚେର, ଅନୁଗୁଳରେ ଆର୍‌ପିଏଫ୍‌ ଥାନା ରହିଛି। କିନ୍ତୁ କର୍ମଚାରୀ ଅଭାବ ଦୃଷ୍ଟିରୁ ଏହି ଏକ୍ସପ୍ରେସ୍ ଟ୍ରେନଗୁଡ଼ିକରେ ସୁରକ୍ଷା କର୍ମଚାରୀ ମୁତୟନ ହୋଇପାରୁ ନାହାନ୍ତି। ଜିଆର୍‌ପିର ଅବସ୍ଥା ବି ଦୟନୀୟ। ତାଳଚେର ରୋଡ୍‌ ଫାଣ୍ଡିରେ ମାତ୍ର ୫ କର୍ମଚାରୀ ଅଛନ୍ତି। ଟ୍ରେନ୍‌ ପିଛା ଅତି କମରେ ୪ ସୁରକ୍ଷା କର୍ମୀ ମୁତୟନ ଆବଶ୍ୟକ ଥିଲେ ବି ତାହା ସମ୍ଭବ ହେଉ ନାହିଁ। ବାରମ୍ବାର ସୁରକ୍ଷା ସଂକ୍ରାନ୍ତ ବୈଠକରେ ପ୍ରସ୍ତାବ ଦିଆଯାଉଥିଲେ ବି ତାହାକୁ ପୂରଣ କରାଯାଉନାହିଁ। ପରିଣାମ ସ୍ବରୂପ, କଟକ-ତାଳଚେର ରାସ୍ତାରେ ପୁରୀରୁ ହାଟିଆ ଯାଉଥିବା ତପସ୍ବିନୀ ଏକ୍ସପ୍ରେସ, ଗୁଣପୁରରୁ ରାଉରକେଲା ଯାଉଥିବା ରାଜ୍ୟରାଣୀ ଏକ୍ସପ୍ରେସ୍, ପୁରୀରୁ ଦୁର୍ଗ(ରାୟପୁର) ଯାଉଥିବା ପୁରୀ-ଦୁର୍ଗ ଏକ୍ସପ୍ରେସରେ ସିରିଜ୍ ଲୁଟ୍‌ ହୋଇଛି। ୨୦୨୪ରେ ମୋଟ ୨୭୦ଟି ମାମଲା କଟକ ଜିଆର୍‌ପିରେ ରୁଜୁ ହୋଇଛି।  କେବଳ ଏହି ତିନୋଟି ଟ୍ରେନରେ ଯାତ୍ରୀଙ୍କ ସମ୍ପତ୍ତି ଲୁଟ୍‌କୁ ନେଇ ୮୮ଟି ମାମଲା  ହୋଇଛି। ଏଭଳି ସ୍ଥିତିରେ ଏହିସବୁ ଟ୍ରେନ୍‌ରେ ଯାତ୍ରା କରିବାକୁ ଯାତ୍ରୀ ଭୟ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe