ଅସଲି ଚାଷୀଙ୍କ ଜମିରେ ନକଲି କୃଷିବୀମା ମାମଲା: ଜେଲ୍‌ଗଲେ ୩ ନକଲି ଚାଷୀ

Advertisment
୭୦ ବର୍ଷୀୟା ମହିଳାଙ୍କୁ ଆଜୀବନ ଜେଲ୍‌ଦଣ୍ଡ

www.timesnownews.com

କଂଟାବାଞ୍ଜି  : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍‌ର ଅନେକ ଗାଁରେ ଅସଲି ଚାଷୀଙ୍କ ଜମିରେ ନକଲି କୃଷିବୀମା ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ତିନିଜଣ ନକଲି ଚାଷୀ ଗିରଫ ହୋଇ ଜେଲ୍‌ ଯାଇଛନ୍ତି। ସେମାନେ ହେଲେ ଏହି ଥାନା ଅନ୍ତର୍ଗତ ଚାଉଳଶୁଖା ଗାଁର ଦେବେନ୍ଦ୍ର ମେହେର, ବିଶିକେଶନ ମେହେର ଓ ଭାଲୁମୁଣ୍ଡା ଗାଁର ଅର୍ଜୁନ ମେହେର।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ତୁରେକେଲା ଅଂଚଳରେ ନକଲି ଚାଷୀ ସାଜି କିଛି ଲୋକ ଅନ୍ୟ ଚାଷୀଙ୍କ ଜମିର କାଗଜପତ୍ର ଦର୍ଶାଇ କୃ‌ଷିବୀମା କରାଇ ନେଇଛନ୍ତି। ଏ ନେଇ କଂଟାବାଞ୍ଜି ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ଦେବେନ୍ଦ୍ର, ବିଶିକେଶନ ଓ ଅର୍ଜୁନଙ୍କ ସଂପୃକ୍ତି ଥିବା ପୁଲିସ ତଦନ୍ତରୁ ଜଣାପଡ଼ିଥିଲା। ତିନି ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଥିଲା। ହେଲେ ‌‌କୋର୍ଟରେ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ‌ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଅଧିକାରୀ ସତ୍ୟଜିତ କନ୍ଦଲକେଲ ସୂଚନା ଦେଇଛନ୍ତି। ସେହିପରି ତୁରେକେଲା ଥାନାରେ ହୋଇଥିବା କେସ୍‌ ନଂ ୧୨୬ ଅନୁସାରେ ମହୁଲପାଟି ଗାଁର କାର୍ତ୍ତିକେଶ୍ୱର ସାହୁଙ୍କ ୪୦ରୁ ଅଧିକ ଏକର ଜମିରେ କେହି ‌ନକଲି ଚାଷୀ କୃଷିବୀମା କରାଇ ନେଇଛି। ପୁଲିସ ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତକୁ ଖୋଜୁଛି। ପୁଣି ମହୁଲପାଟି ଗାଁର ଚାଷୀ କିଶୋର ସାହୁ ତାଙ୍କ ଜମିର କାଗଜପତ୍ର ଦର୍ଶାଇ ସେହି ଗାଁର ଶ୍ରୀକାନ୍ତ ସାହୁ ବେଆଇନ ଭାବେ କୃଷିବୀମା କରାଇ ନେଇଥିବା ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ଥାନା କେସ୍‌ ନଂ ୧୨୯ରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe