୧୦ ଲକ୍ଷ ଟଙ୍କାର ଚାନ୍ଦା ମାଗିବା ଅଭିଯୋଗରେ ୩ ନକଲି ମାଓବାଦୀ ଗିରଫ

Advertisment
୧୦ ଲକ୍ଷ ଟଙ୍କାର ଚାନ୍ଦା ମାଗିବା ଅଭିଯୋଗରେ ୩ ନକଲି ମାଓବାଦୀ ଗିରଫ

କୋକସରା: କଳାହାଣ୍ଡି ଜିଲ୍ଲାର ଜୟପାଟଣା ଥାନା ଅଞ୍ଚଳରେ ଜଣେ ଚାଷୀଙ୍କଠାରୁ ମାଓବାଦୀ ପରିଚୟ ଦେଇ ୧୦ ଲକ୍ଷ ଟଙ୍କାର ଚାନ୍ଦା ମାଗିବା ଅଭିଯୋଗରେ ୩ ଜଣକୁ ଗିରଫ କରିଛି ପୁଲିସ୍।

ମିଳିଥିବା ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲାର ଜୟପାଟଣା ଥାନା ଅନ୍ତର୍ଗତ ପୁଝାରୀଗୁଡ଼ାର ତୁଳସୀରାମ ନାୟକ ନାମକ ଜଣେ ଚାଷୀଙ୍କୁ ଫୋନ୍ ଜରିଆରେ ୧୦ ଲକ୍ଷ ଟଙ୍କା ଚାନ୍ଦା ଦେବା ପାଇଁ କହିଥିଲେ ଏହି ନକଲି ମାଓବାଦୀ ଏବଂ ଟଙ୍କା ନଦେଲେ ପରିସ୍ଥିତି ଭୟାବହ ହେବ ବୋଲି ଧମକ ଦେଇଥିଲେ । ଏନେଇ ତୁଳସୀରାମ ଜୟପାଟଣା ଥାନା ପୁଲିସ୍ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ଯୋଜନାବଦ୍ଧ ଭାବେ ୩ ଜଣ ନକଲି ମାଓବାଦୀଙ୍କୁ ଗିରଫ କରିଛି ପୁଲିସ୍।

ତୁଳସୀରାମ ଉକ୍ତ ନକଲି ମାଓବାଦୀଙ୍କୁ ଫୋନ୍ କରି ପ୍ରଥମେ ୭୦ ହଜାର ଟଙ୍କା ନେବାକୁ କହିଥିଲେ ଏବଂ ଅବଶିଷ୍ଟ ଟଙ୍କା ସେ କିଛି ଦିନ ଭିତରେ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ୩ ନକଲି ମାଓବାଦୀଙ୍କୁ ନିର୍ଦ୍ଧିଷ୍ଟ ସ୍ଥାନକୁ ଆସିବାକୁ ତୁଳସୀରାମ କହିଥିଲେ। ଆଗରୁ ସେଠାରେ ଲୁଚିଥିବା ପୁଲିସ୍ ଟଙ୍କା ନେଉଥିବା ବେଳେ ୩ ନକଲି ମାଓବାଦୀଙ୍କୁ ଗିରଫ କରିଥିବା ଜଣାଯାଇଛି । ଗିରଫ ଦୁଇ ଯୁବକଙ୍କ ଭିତରୁ ଜଣେ ତୁଳସୀରାମଙ୍କ ଗାଁର ଏବଂ ଅନ୍ୟ ଦୁଇଜଣ ଜୟପାଟଣା ଥାନା ଅଞ୍ଚଳର ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe