୩ ନକଲି ଶିକ୍ଷକ ବହିଷ୍କୃତ, ୪ ଜଣଙ୍କୁ କାରଣଦର୍ଶାଅ ନୋଟିସ

Advertisment
୩ ନକଲି ଶିକ୍ଷକ ବହିଷ୍କୃତ, ୪ ଜଣଙ୍କୁ କାରଣଦର୍ଶାଅ ନୋଟିସ

OdishaTV

ବୌଦ୍ଧ: ଜାଲ ପ୍ରମାଣପତ୍ର ଦେଇ ଚାକିରି ହା‌‌ତେଇଥିବା ଅଭିଯୋଗରେ ବୌଦ୍ଧ ଜିଲ୍ଲାର ୩ ଜଣ ଶିକ୍ଷକଙ୍କୁ ଶିକ୍ଷା ବିଭାଗ ବହିଷ୍କାର କରିଛି। ସେମାନେ ହେଲେ ହରଭଙ୍ଗା ବ୍ଲକ୍‌ ତଳଗାଁ କ୍ଲଷ୍ଟର ବାରମୁଣ୍ଡା ପ୍ରାଥମିକ ସ୍କୁଲର ଶିକ୍ଷକ ଚି‌ତ୍ରସେନ ନାଏକ, ବଡ଼ଭୁରୁତା ପ୍ରାଥମିକ ସ୍କୁଲର ଶିକ୍ଷକ ସୁବାସ ଚନ୍ଦ୍ର ମହାରଣା ଓ ଗିରଫ ହୋଇ ଜେଲ୍‌ ଯାଇଥିବା ହଟଗାଁ ଉନ୍ନୀତ ପ୍ରାଥମିକ ସ୍କୁଲର ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ନିଶାଙ୍କ। ଏଥିସହିତ ଜାଲ ବିଇଡି ପ୍ରମାଣପତ୍ର ଦେଇଥିବା ପିପଲକଟା ପ୍ରାଥମିକ ସ୍କୁଲର ଶିକ୍ଷୟିତ୍ରୀ କଳ୍ପନା ଭୋଇ, ମଥୁରା ପ୍ରାଥମିକ ସ୍କୁଲର ଶିକ୍ଷକ ରଞ୍ଜିତ ବେହେରା, ତାଳବାହାଲ ପ୍ରାଥମିକ ସ୍କୁଲର ଶିକ୍ଷକ ଶ୍ରୀଧର ନାଏକ ଓ ରାଣୀଗଞ୍ଜ ପ୍ରାଥମିକ ସ୍କୁଲର ଶିକ୍ଷୟିତ୍ରୀ କୁମୁଦିନୀ ପଣ୍ଡାଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ଡ. ଉଦୟନାଥ ମାଝୀ।

ସୂଚନାଯୋଗ୍ୟ ଯେ, ଗତବର୍ଷ ଜାଲ ଓଟିଇଟି ପ୍ରମାଣପତ୍ର ଦାଖଲ କରି ଚାକିରି ହାତେଇଥିବା ଅଭିଯୋଗରେ କିଛି ଶିକ୍ଷକଙ୍କୁ ବ‌ହିଷ୍କାର କରାଯାଇଥିଲା। ଜାଲ ବିଇଡି ପ୍ରମାଣପତ୍ର ଦାଖଲ କରି ୯ବ‌ର୍ଷ ଧରି ଚାକିରି କରିଥିବା ଜଣେ ଶିକ୍ଷକ ଗତମାସ ଶେଷ ସପ୍ତାହରେ ଜେଲ୍‌ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe