ପାରିବାରିକ କଳହ: ବିଷ ପିଇଲେ ମା’ ଓ ଦୁଇ ଝିଅ

ପାରିବାରିକ କଳହ: ବିଷ ପିଇଲେ ମା’ ଓ ଦୁଇ ଝିଅ

ଶେରଗଡ଼ : ଗଂଜାମ ଜିଲ୍ଲା ଶେରଗଡ଼ ବ୍ଲକ ଷଡ଼ଙ୍ଗୀପଲ୍ଲୀ ଗ୍ରାମରେ ଜଣେ ମହିଳା ଓ ତାଙ୍କ ଦୁଇ ଝିଅ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମା’ ନମିତା ଗୌଡ଼ (୪୫) ଏବଂ ଦୁଇ ଝିଅ ବର୍ଷା ଓ ଆଶା ବର୍ତମାନ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି।

ମିଳିଥିବା ସୂଚନାନୁସାରେ, ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ନମିତାଙ୍କ ସ୍ୱାମୀ ସନ୍ତୋଷ ଓ ପୁଅ ସୁରତରେ ଦାଦନ ଖଟୁଛନ୍ତି। ଗତ କିଛି ଦିନ ହେଲା ସେମାନେ ଗାଁକୁ ଆସିଥିଲେ। ଗତକାଲି ରାତିରେ ସନ୍ତୋଷ ଓ ନମିତାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଆଜି ସକାଳୁ ସନ୍ତୋଷ ଓ ତାଙ୍କ ପୁଅ ସୁରତ ଯିବା ପାଇଁ ଭୁବନେଶ୍ୱର ଅଭିମୁଖେ ବସ୍‌ରେ ବାହାରି ପଡ଼ିଥିଲେ। ସେମାନଙ୍କ ଅନୁପସ୍ଥିତିରେ ନମିତା ଓ ଦୁଇ ଝିଅ ବର୍ଷା ଏବଂ ଆଶା ବାଇଗଣ ଗଛରେ ପ୍ରୟୋଗ ହେଉଥିବା କୀଟନାଶକ ଔଷଧ ପିଇ ଦେଇଥିଲେ। ଘର ଭିତରୁ ଚିତ୍କାର ଶୁଭିବାରୁ ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ତିନିଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ଘଟଣା ବିଷୟରେ ସୂଚନା ମିଳିବା ପରେ ସନ୍ତୋଷ ଓ ତାଙ୍କ ପୁଅ ଭୁବନେଶ୍ୱରରୁ ଫେରି ଆସିଥିବା ଜଣାପଡ଼ିଛି। ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁ କାରଣରୁ ଏହି ତିନିଜଣ ବିଷ ପିଇଛନ୍ତି ତାହା ଜଣାପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe